ନୟାଗଡ଼(ବିଶ୍ୱଜିତ ନାୟକ):- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜ଼ିଲ୍ଲା ପ୍ରଶାସନ ମିଳତ ଆନୁକୂଲ୍ୟରେ ୩ ଗୋଟି ଶିଶୁ ଗୃହରେ ଥିବା ଅନ୍ତେବାସୀଙ୍କୁ ନେଇ ବିଭିନ୍ନ କ୍ରୀଡା ପ୍ରତିଯୋଗୀମାନେ ଆଜି ନୟାଗଡ଼ ଷ୍ଟାଡିୟମ୍ଠାରେ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଏକ ମାତ୍ର ଉଦ୍ଦେଶ୍ୟ ସେମାନଙ୍କ ଭିତରେ ଲୁକାୟିତ ପ୍ରତିଭାକୁ ଅନୁସନ୍ଧାନ କରିବାର ଉଦ୍ଦେଶ୍ୟରେ ଜିଲ୍ଲାର ବିଭିନ୍ନ ଶିଶୁ ଗୃହ ୯୦ ଜଣ ପିଲାଙ୍କୁ ନେଇ ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶିଶୁଙ୍କୁ ଏକ ମଞ୍ଚ ମିଳିବା, ଯେଉଁଠାରେ ସେମାନେ ନିଜ କ୍ରୀଡା କୌଶଳ, ସଚେତନତା ଦେଖାଇପାରିବେ। ଉଦଘାଟନ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଅଂଶ ଗ୍ରହଣ କରି ପ୍ରତିଯୋଗୀଙ୍କୁ ପ୍ରତିଯୋଗିତାରେ ଭାଗ ନେବାକୁ ଉତ୍ସାହିତ କରିଥିଲେ । ରାଜ୍ୟ ସ୍ତରରେ ଭାଗ ନେଇ ନୟାଗଡ଼ ଜ଼ିଲ୍ଲାକୁ ଗୌରବ ଆଣିବା ପାଇଁ ଉଦବୋଧନ ଦେଇଥିଲେ ଜିଲ୍ଲା ଶିଶୁସୁରକ୍ଷା ୟୁନିଟର ସିବିୟନ ପ୍ରଧାନ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ ଶୁଭ୍ରାଂଶୁ ଶେଖର ମିଶ୍ର ଉପସ୍ଥିତ ଥିଲେ। କାଯ୍ୟକ୍ରମକୁ ଅନୁଷ୍ଠାନିକ ଯତ୍ନ ଅଧିକାରୀ ସତ୍ୟ ରଞ୍ଜନ ଦାସ, ଆଇନ ଅଧିକାରୀ ମହାମୋଦ ଅର୍ସଦ ଅଂଶରୀ, ଅଣଅନୁଷ୍ଠାନିକ ଅଧିକାରିଣୀ ଶୈଳବାଳା ଦାସ, ଚନ୍ଦ୍ରଶେଖର ବେହେରା ଚାଇଲଡ ହେଲ୍ପ ଲାଇନ କାଉନସିଲର ଏହି କାଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.