ଜିଲ୍ଲାରେ ମା ଓ ଶିଶୁ ର ଉତ୍ତମ ସ୍ୱାସ୍ଥ୍ୟ ଓ ପୋଷଣ ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମିଳିତ ବୈଠକ

4


ନବରଙ୍ଗପୁର ତା ୨୨.୧୦.୨୦୨୫:ନବରଙ୍ଗପୁର ଜିଲ୍ଲା ରେ ମା ଓ ଶିଶୁ ମାନଙ୍କ ଉତ୍ତମ ସ୍ଵାସ୍ଥ୍ୟ ଓ ପୋଷଣ ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମିଳିତ ବୈଠକ ଜିଲ୍ଲାପାଳ ଡ଼. ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜି ଅଶୋକ ମେହେତା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକ ର ଉଦ୍ଦେଶ୍ୟ ଶିଶୁ ଓ ମା ର ସ୍ବାସ୍ଥ୍ୟ ଓ ପୋଷଣ ସମ୍ପର୍କୀୟ ପ୍ରତିବନ୍ଧକ ଗୁଡ଼ିକ ମିଳିତ କାର୍ଯ୍ୟପନ୍ଥା ଦ୍ଵାରା ଦୂର କରାଯିବ ଏବଂ ମାଆ ଓ ଶିଶୁର ଉତ୍ତମ ସ୍ୱାସ୍ଥ୍ୟର ଉନ୍ନତି କରାଯିବ। ସରକାରଙ୍କ ଦ୍ଵାରା ଦିଆଯାଉଥିବା ସମସ୍ତ ସୁବିଧା ହୀତାଧିକାରୀଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ଜିଲ୍ଲାରୁ ସମସ୍ତ ଅପହଞ୍ଚ ଅଞ୍ଚଳରୁ ଗର୍ଭବତୀ ମା ମାନେ ନିରାପଦ ମାତୃତ୍ଵ ପାଇଁ ମା ଗୃହକୁ କିପରି ଆସିବେ ସମସ୍ତ ସି ଡି ପି ଓ ଓ ମେଡ଼ିକାଲ ଅଫିସର ଙ୍କ ମିଳିତ ସହଯୋଗରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଗଲ। ୦ ରୁ ୬ ବର୍ଷ ସମସ୍ତ ଶିଶୁଙ୍କର ଜନ୍ମ ପ୍ରମାଣ ପତ୍ର ଦେବା ପାଇଁ ବ୍ୟବସ୍ଥା କରିବା ପାଇଁ ସି ଡି ଏମ ଓ ନବରଙ୍ଗପୁର ଙ୍କୁ ଅନୁରୋଧ କରାଯାଇଥିଲା।
୨ କେଜି ରୁ କମ ଓଜନ ଥିବା ଶିଶୁ ମାନଙ୍କର ୩ ମାସ ଭିତରେ ପରୀକ୍ଷଣ ଓ ଅନ୍ଧତ୍ବ ରୁ ଦୂରୀକରଣ କରିବା ପାଇଁ ଆଲୋଚନା କରାଯାଇଥିଲା ।ଏହି କର୍ଯ୍ୟକ୍ରମ ରେ ସମସ୍ତଙ୍କୁ ମାଗଣା ଚିକିତ୍ସା  ଦିଆଯିବା ବିଷୟରେ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀଙ୍କୁ ଅବଗତ କରାଇବା ପାଇଁ ସି ଡି ପି ଓ ଏବଂ ମେଡ଼ିକାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଉକ୍ତ ବୈଠକରେ ସି ଡି ଏମ ଓ ଡ଼ ସନ୍ତୋଷ ପଣ୍ଡା, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଏ ଡି ପି ଏଚ ଓ ଡ ମଳୟ କୁମାର ତ୍ରିପାଠୀ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦୌପଦୀ କହଁର, ଡି ପି ଏମ,ଏନ୍ ଏଚ ଏମ,ସ୍ଵାସ୍ଥ୍ୟ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.