ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ” ଶିଶୁ ପାଇଁ ଦିନଟିଏ” ପାଳନ

4

ନବରଙ୍ଗପୁରତା୨୨.୧୦.୨୦୨୫:”ମିଶନ ବାତ୍ସଲ୍ୟ ଯୋଜନା ” ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଅଶୋକ  ମେହେତା ସମ୍ମିଳନୀ କକ୍ଷ ରେ “ଶିଶୁ ପାଇଁ ଦିନଟିଏ” ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ଆରକ୍ଷୀ ଅଧିକ୍ଷକ ମଡ଼କର ସନ୍ଦୀପ ସମ୍ପଦ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ ସନ୍ତୋଷ ପଣ୍ଡା, ଡି ଏସ ଡ ବ୍ଲୁ ଓ ଦ୍ରପୌଦି କହଁର, ଏ ଡି ପି ଏଚ ଓ ଡ ମଳୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ସୁରକ୍ଷା କମିଟି ,ଜିଲ୍ଲା ଟାସ୍କ ଫୋର୍ସ କମିଟି,ବାଲ୍ୟ ବିବାହ ପ୍ରତିରୋଧ କମିଟି ସଭ୍ୟ,ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷଙ୍କ ସମେତ ଡି ସି ପି ଓ ସୁରେଶ ପଟ୍ଟନାୟକ, ଡି ଏସ ଏସ ଓ ସୁଧାଂଶୁ ପାତ୍ର, ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ଏଲ୍ ଓ ଟୁଡୁ ଛୋଟରାୟ, ସମସ୍ତ ବ୍ଲକ ସି ଡି ପି ଓ, ସ୍ବେଛାସେବୀ ସଂସ୍ଥା ପିରାମଲ, ଆଭା,ମହିଳା ଓ ଶିଶୁ ସହାୟକ ୟୁନିଟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।ବୈଠକରେ ଶିଶୁ ପାଇଁ ଦିନଟିଏ ପାଳନ ଅବସରରେ ଜିଲ୍ଲାରେ ବାଲ୍ୟ ବିବାହ ପ୍ରତିରୋଧ ଓ ସଚେତନତା,ଶିଶୁ ଶ୍ରମିକ ଉଦ୍ଧାର ,ଶିଶୁର ଅଧିକାର ସୁରକ୍ଷା ଓ ଟାସ୍କଫୋର୍ସ କମିଟି ର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା।

“Hub for Women Empowerment” ର ଜିଲ୍ଲା ସଂଯୋଜିକା ସରିତା ରାଣୀ ପାଣି ତ୍ରୈମାସିକ କାର୍ଯ୍ୟପ୍ରଗତି ରିପୋର୍ଟ ଉପସ୍ଥାପନ କରିଥିଲେ।

ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି, ଯାହାଅନୁଯାୟୀ ନବରଙ୍ଗପୁର ଜିଲ୍ଲାର ୩୦ ଟି ବାଲ୍ୟ ବିବାହ ପ୍ରଭାବିତ ଅଞ୍ଚଳ କୁ ଚିହ୍ନଟ କରି ବାଲ୍ୟ ବିବାହ ପ୍ରତିରୋଧ ଓ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ରୂପେ ଦେଖିବାକୁ ଜିଲ୍ଲା ପ୍ରଶାସନ ର ଅଧିକାରୀ , ପୋଲିସ ବିଭାଗ , ସରପଞ୍ଚ,ଗ୍ରାମ୍ୟ ମୁଖିଆ,ସମିତି ସଭ୍ୟ ଙ୍କୁ ନେଇ ମିଳିତ ଭାବରେ ଏକ ଦୃଢ଼ ସଚେତନତା ପଦକ୍ଷେପ,ଗ୍ରାମ୍ୟ ସଭା ଓ ବିଶେଷ କାର୍ଯ୍ୟାନୁଷ୍ଠାନ ନିଆଯିବ।ସେଭଳି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ଶିକ୍ଷା ଓ ମଙ୍ଗଳ ବିଭାଗର ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବାଲ୍ୟ ବିବାହ ପ୍ରତିରୋଧ ସମ୍ପର୍କିତ ଶପଥ ପାଠ କରାଯିବ।

ଜିଲ୍ଲାପାଳ ନିଜ ବକ୍ତବ୍ୟରେ ବାଲ୍ୟ ବିବାହ ରୋକିବାରେ ସମସ୍ତଙ୍କ ସ୍ୱମନିତ ପ୍ରୟାସ ଓ ବିଶେଷ ସଚେତନତା ଆବଶ୍ୟକ ବୋଲି କହିଥିଲେ।
ବୈଠକରେ ସୂଚନା ଅନୁସାରେ ଜିଲ୍ଲାରେ ଜାନୁଆରି ୨୦୨୫ ରୁ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ୩୪୬ ଟି ବାଲ୍ୟ ବିବାହ ରୋକାଯାଇଛି।୨୦୨୫-୨୬ ରେ ଅଦ୍ଵେକା ଯୋଜନା ରେ ମୋଟ ୪୮୩୬୧ ଜଣ କିଶୋରୀ କିଶୋର ଙ୍କୁ ଅନ୍ତର୍ଭୂକ୍ତ କରାଯାଇଛି।୨୩୩୦ ଟି ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ପ୍ରତି ଶନିବାର ଦିନ ଜୀବନ ଜୀବିକା,ସଚେତନତା,ଶିକ୍ଷା ଗ୍ରହଣ ଉପରେ ଗୁରୁତ୍ବ ଦିଆଯାଉଛି।ବୈଠକରେ ବାଲ୍ୟ ବିବାହ କୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସହମତ ହୋଇଥିଲେ।

Leave A Reply

Your email address will not be published.