ଖୋର୍ଦ୍ଧା ରୁ ( ସେକ ଜାଫର ): ରାଜ୍ୟ ସରକାର ପକ୍ଷରୁ ବିଭିନ୍ନ କମ୍ପାନୀଙ୍କୁ ଶହ ଶହ ଏକର ଚାଷଜମି ପ୍ରଦାନ ପାଇଁ ମସୁଧା ଚାଲିଥିବା ବିଷୟରେ ଗାଁ ଲୋକେ ପ୍ରତିବାଦର ମୁଡ଼ରେ ଅଛନ୍ତି। ଗାଁ ଭିଟାମାଟି ଓ ଜୀବିକା ସହିତ ଜଡିତ ଲୋକଙ୍କ ମତାମତ ନ ନେଇ ଜମି ଚିହ୍ନଟ ହେଉଥିବାରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଓଳସିଂ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇ ସ୍ମାରକ ପତ୍ର ଦେଇଛନ୍ତି।
ଓଳସିଂ ପଞ୍ଚାୟତର ନୟାକୋଟ ରାଜସ୍ବ ମୌଜା ଅଧୀନ ୭୯୨, ୫୮୭, ୯୧୩, ୯୧୦, ୪୨୪, ୪୪୦ ଓ ୪୩୫ ପ୍ଲଟରେ ଥିବା ଶହ ଶହ ଏକର ଜମି ଚିହ୍ନଟ କରାଯାଇଛି। ଏହି ଜମି ମଧ୍ୟରୁ ଅଧିକାଂଶ ଗ୍ରାମବାସୀଙ୍କ ଚାଷ ଜମି, ଗୋଚର, ମନ୍ଦିର ଓ ଜଳସେଚନ ପ୍ରକଳ୍ପ ସହିତ ଜଡିତ। ଏହି ଜମି ଯଦି ଶିଳ୍ପ ପାଇଁ ଦିଆଯାଏ, ତେବେ ଗ୍ରାମବାସୀ ଙ୍କ ଜୀବିକା ସମସ୍ୟାରେ ପଡ଼ିବ ବୋଲି ସେମାନେ ଆଶଙ୍କା କରୁଛନ୍ତି।
ଓଳସିଂ, ଡମଣଭୁଁଇ ସହିତ ଆଖପାଖ ୧୫ଟି ଗ୍ରାମର ଲୋକେ ଏହି ଜମି ଚିହ୍ନଟ ର ପ୍ରଭାବରେ ଆସିବେ। ପିଢ଼ିଦର ପିଢ଼ି ଧରି ଚାଷ କରୁଥିବା ଜମି ହାରାଇବା ଭୟରେ ଗ୍ରାମବାସୀ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ। ସେମାନଙ୍କ ଅଭିଯୋଗ, ଶିଳ୍ପ ସ୍ଥାପନ ନାଁରେ ସରକାର ଲୋକଙ୍କୁ ନିଯୁକ୍ତି ଆଶା ଦେଖାଇ ଜମି ନେବା ଚେଷ୍ଟା କରୁଛି।
ଗ୍ରାମବାସୀଙ୍କ ପ୍ରତିବାଦ ଶୁଣି ଜିଲ୍ଲାପାଳ ଅମ୍ରୀତ୍ ରୁତୁରାଜ୍ ସେମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସେ କହିଥିଲେ, “ଇଡକୋକୁ ଜମି ପ୍ରଦାନ ବେଳେ ଗ୍ରାମବାସୀଙ୍କ ଦାବି ଉପରେ ବିଚାର କରାଯିବ ଓ ପୁନଃ ଚିହ୍ନଟ ପ୍ରକ୍ରିୟା ହେବ।” ଏହା ସହିତ ସେ ପ୍ରତିଶ୍ରୁତି ଦେଇଥିଲେ ଯେ, ଶିଳ୍ପ ସ୍ଥାପନ ସହ ସ୍ଥାନୀୟ ଅଞ୍ଚଳର ବିକାଶ ଓ ଯୁବକ ଙ୍କୁ ନିଯୁକ୍ତିକୁ ପ୍ରାଥମିକତା ଦିଆଯିବ।
Sign in
Sign in
Recover your password.
A password will be e-mailed to you.