ନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନେଲେ ନିର୍ବାଚନ ଖର୍ଚ୍ଚ ସମୀକ୍ଷା ବୈଠକ

4

ନୂଆପଡା,(ଉପେନ୍ଦ୍ର ହରିଜନ):ନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅତୁଲ୍ ପାଣ୍ଡେ, ଭାରତିୟ ରାଜସ୍ଵ ସେବା, ନିର୍ବାଚନ ଖର୍ଚ୍ଚ ତଦାରଖ ବୈଠକରେ ଯୋଗଦେଲେ l ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ଭାବରେ ପରିଚାଳିତ କରିବା ସହିତ ସମଗ୍ର ପ୍ରକ୍ରିୟାର ଖର୍ଚ୍ଚ କୁ ତଦାରଖ କରିବା ପାଇଁ ଭାରତ ନିର୍ବାଚନ କମିଶନ୍ ଙ୍କ ଦ୍ଵାରା ଶ୍ରୀ ପାଣ୍ଡେ ନିଯୁକ୍ତ ହୋଇଛନ୍ତି l ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଆଡିସନାଲ ଏସ୍ ପି ରଣଜିତ୍ ନାୟକ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ଡେପୁଟି କମଶନର ସି ଟି ଜି ଏସ ଟି ପ୍ରିୟବ୍ରତ ଗଡତିଆ, ନିର୍ବାଚନ ଖର୍ଚ୍ଚ ତଦାରଖ କମିଟି ରେ ଥିବା ସମସ୍ତ ଅଧିକାରୀ ଯୋଗ ଦେଇଥିଲେ l ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ବୈଠକ ର ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ l ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ପାଣ୍ଡେ ନିର୍ବାଚନ ଖର୍ଚ୍ଚ ସହିତ ସଂପୃକ୍ତ ବିଭିନ୍ନ କମିଟିର ମୁଖ୍ୟ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ କାର୍ଯ୍ୟ ଏବଂ ପଦ୍ଧତି ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ l ସମସ୍ତ ଖର୍ଚ୍ଚ ମିଶାଇ ଜଣେ ପ୍ରାର୍ଥୀଙ୍କ ଖର୍ଚ୍ଚ ୪୦ ଲକ୍ଷ ଟଙ୍କା ଭିତରେ ରହିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ l ସମସ୍ତ ଟିମ୍ ପରସ୍ପର ମଧ୍ୟରେ ଉତ୍ତମ ଯୋଗାଯୋଗ ରକ୍ଷା କରି ସାମୁହିକ ଭାବରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସେ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ l

ଜିଲ୍ଲାପାଳ ଶ୍ରୀ ଦାଶ ନିର୍ବାଚନର ଖର୍ଚ୍ଚ ତଦାରଖ ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନା କରିଥିଲେ l ଭାରତ ନିର୍ବାଚନ ଆୟୋଗ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ବାଚନ ପ୍ରକ୍ରିୟାର ସମସ୍ତ ପ୍ରକ୍ରିୟାକୁ ତଦାରଖ କରି ସ୍ୱଚ୍ଛ, ନିରପେକ୍ଷ ଓ ପାରଦର୍ଶୀ ଭାବରେ ନିର୍ବାଚନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ପାଣ୍ଡେ ଙ୍କ ମୋବାଇଲ୍ ନମ୍ବର ୭୦୭୭୮୩୬୪୨୮ରେ ଯୋଗାଯୋଗ କରି ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ଯେକୌଣସି ଅଭିଯୋଗ ସମସ୍ୟା ସମ୍ପର୍କରେ ଯେକେହି ଜଣାଇ ପାରିବେ l

Leave A Reply

Your email address will not be published.