ଭଞ୍ଜନଗର “ଅଷ୍ଟମ ସ୍ଵତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ” ର ୬୬ ତମ ପୋଲିସ୍ ସହିଦ୍ ସ୍ମୃତି ଦିବସ ଅନୁଷ୍ଠିତ

4

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା }: ଚଳିତ ୨୧ ଅକ୍ଟୋବର ୨୦୨୫ ବା ଆଜି ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥ ତନରଡା ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ (ଆଇ.ଆର୍.ବି) ତରଫରୁ ୬୬ ତମ ପୋଲିସ୍ ସହିଦ୍ ସ୍ମୃତି ଦିବସ ଅନୁଷ୍ଠିତ ହୋଇଛି। ଦେଶ ମାଁ ମାତୃଭୂମି ଭାରତମାତା ର ସୁରକ୍ଷା ନିମନ୍ତେ ବିଭିନ୍ନ ପରିସ୍ଥିତି ରେ ଆତ୍ମବଳୀ ଦେଇଥିବା ବୀର ସହୀଦ ଯବାନ ମାନଙ୍କୁ ମନେ ପକାଇ ସହିଦ୍ ପ୍ରତି ମୂର୍ତ୍ତି ସ୍ତମ୍ବରେ ଏକତ୍ରିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଆଜିର ଏହି ୬୬ ତମ ପୋଲିସ୍ ସହିଦ୍ ସ୍ମୃତି ଦିବସ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ରୂପେ ଉପଦୁର୍ଗପତି ଶ୍ରୀମାନ ଲଳିତ କୁମାର ବାଗ୍ , ଏବଂ ପ୍ୟାରେଡ୍ କମାଣ୍ଡର୍ ଭାବେ ସହକାରୀ ଦୁର୍ଗପତି ମନୋରଞ୍ଜନ ତରାଇ ଏବଂ ନିରିକ୍ଷକ ଅମ୍ରିତ କୁମାର ଏକା ଦୁଇଟି ପ୍ୟାରେଡ୍ ପ୍ଲାଟୁନ ସହିତ ସମସ୍ତ ପ୍ୟାରେଡ୍ ର ସୁପରିଚାଳନା କରିଥିଲେ। ବିଗତ ୧୯୫୯ ମସିହାରେ ଲାଦାଖ୍ ର ଏକ ସ୍ୱର୍ଶ କାତର ଅଞ୍ଚଳରେ ଏକା ସଙ୍ଗେ ୧୦ ଜଣ ଯବାନ ସହୀଦ ହୋଇଥିଲେ। ସେହି ସହିଦ୍ ମାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ପ୍ରତିବର୍ଷ ୨୧ ଅକ୍ଟୋବର ରେ ଏହି ଦିବସ ପାଳନ କରାଯାଉଛି ଏହା ସହିତ ପ୍ରତିବର୍ଷ ଯେତେଜଣ ପୋଲିସ୍ ଯବାନ ସହିଦ ହେଉଛନ୍ତି, ସେମାନଙ୍କୁ ମଧ୍ୟ ଏହି ଦିବସ ରେ ଏକାସାଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ। ସଂପୂର୍ଣ୍ଣ ଭାରତ ବର୍ଷରେ ଚଳିତ ବର୍ଷ ୨୯୫ ଜଣ ଯବାନ ସହିଦ୍ ହୋଇଥିବା ସୂଚନା ପ୍ରଦାନ ହୋଇଛି। ଭଞ୍ଜନଗର ଓଁ ବେଲଗୁଣ୍ଠା ସହରରୁ ଆସିଥିବା ଅତିଥି ବୃନ୍ଦ ମାନଙ୍କ ସହିତ ଭଞ୍ଜନଗର ଅବସରପ୍ରାପ୍ତ ସୈନିକ କର୍ମଚାରୀ ସଂଘର ସଦସ୍ୟ ମାନଙ୍କୁ ସମ୍ନାନ ପ୍ରଦାନ କରାଯିବା ସହିତ ଆଇ.ଆର୍.ବି ର ସହକାରୀ ଦୁର୍ଗପତୀ ରଞ୍ଜିତ କୁମାର ବାଇଲା, ସମ୍ପାକାତ୍ ଖାନ୍ , ବିଗ୍ନେଶ୍ଵର ରାଠ୍, ନିରିକ୍ଷକ ବିଜୟ କୁଆଁର, ଦାସରୋଥି ସୋରେନ୍ ଏବଂ ଉପନୀରିକ୍ଷକ ବିନାୟକ ପ୍ରଧାନ, ଲକ୍ଷ୍ମୀକାନ୍ତ ନାୟକ,ଆକାଶ ତରାସିଆ, ଦିଲିପ କୁମାର ବେହେରା, ଗୋପାଳ ଚନ୍ଦ୍ର ପ୍ରଧାନ ଏବଂ ସହ ନୀରିକ୍ଷକ ଶ୍ରୀ ଧଯୋ ଅଧିକାରୀ, ବରିଷ୍ଠ ହାବିଲଦାର କିଶୋର କୁମାର ନାୟକ, ଅନୀଲ୍ କୁମାର ମୋହିନୀ, ପ୍ରହଲ୍ଲାଦ ରାଉତ, ଇଶ୍ଵର କୁମାର ଲେଙ୍କା, ଲକ୍ଷ୍ମୀକାନ୍ତ ପ୍ରଧାନ , ବିପିନ ବିହାରୀ ଭୂୟାଁ, କନେଷ୍ଟବଲ୍ ବାପି ଦଳେଇ , ସଞ୍ଜୟ ସ୍ଵାଇଁ ଓ ସମସ୍ତ ସହଯୋଗୀ ବୃନ୍ଦ ମିଶ୍ରିତ ଭାବେ ସହିଦ୍ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଓ ଗୁଛ ପ୍ରଦାନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମସ୍ତଙ୍କ ଉପସ୍ଥିତିରେ ପ୍ୟାରେଡ୍ ଯବାନ ମାନଙ୍କ ଦ୍ଵାରା ସ୍ମୃତି ବିଗୁଲ୍ ବଜାଇ ସହିଦ୍ ମାନଙ୍କ ସ୍ମୃତିରେ କିଛି ସମୟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ବାଟାଲିୟନ୍ ର ଉପଦୁର୍ଗପତି ଆୟୋଜିତ ମଞ୍ଚରେ ସମସ୍ତ ସହିଦ୍ ଯବାନ ମାନଙ୍କ ନାମପାଠ କରିବା ସହିତ ସହିଦ୍ ସ୍ମୃତି ଚାରଣ କରିବା ପରେ ପରେ ପ୍ୟାରେଡ୍ କମାଣ୍ଡର୍ ମନୋରଞ୍ଜନ ତରାଇ ଓ ଅମ୍ରିତ୍ କୁମାର ଏକା ଙ୍କ ପରିଚାଳନା ରେ ପୋଲିସ୍ ବ୍ୟାଣ୍ଡ୍ ସହିତ ଦୁଇ ପ୍ଳାଟୁନ୍ ଯବାନ୍ ଙ୍କ ଦ୍ଵାରା ପ୍ୟାରେଡ୍ ପ୍ରଦର୍ଶନ ହେଇଥିଲା।

Leave A Reply

Your email address will not be published.