ଜଷ୍ଟିସ କର୍ଣ୍ଣର ଚାରିଟେବୁଲ ଟ୍ରଷ୍ଟ ତରଫରୁ ବାଲ୍ୟ ବିବାହ ନିଷେଧ ଅଧିନିୟମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ –

4

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ସୁବଲଡା ପଞ୍ଚାୟତର ଏସ୍. ଗୁଡ଼ି ସାହି ଗ୍ରାମରେ ଜଷ୍ଟିସ କର୍ଣ୍ଣର ଚାରିଟେବୁଲ ଟ୍ରଷ୍ଟ ତରଫରୁ ବାଲ୍ୟ ବିବାହ ନିଷେଧ ଅଧିନିୟମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜଷ୍ଟିସ କର୍ଣ୍ଣର ସମ୍ପାଦକ ଶ୍ରୀ ଜଗନ୍ନାଥ ଚୌଧୁରୀ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ସମସ୍ତ ଆଇନ ଉପରେ ଆଲୋକପାତ କରିଥିଲେ ଏବଂ ତତ୍ ସହିତ ଗ୍ରାମର ୱାର୍ଡ ମେମ୍ବର ତଥା ସମାଜସେବୀ ଶ୍ରୀ କମଳ ଲୋଚନ ରଇତ କିଶୋର କିଶୋରୀ ମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟର ଅଭିବୃଦ୍ଧି କୁ ନେଇ ପିତାମାତା କିପରି ଯତ୍ନଶୀଳ ହେବେ ତାହା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ କୁମାରୀ ଭୂୟାଁ ମଧ୍ୟ କିଶୋରୀ ମାନେ କିପରି ନିଜ ସଂସ୍କାର ଓ ସଂସ୍କୃତି ପାଇଁ ଯତ୍ନଶୀଳ ହେବେ ଓ ବାଲ୍ୟ ବିବାହ ଠାରୁ ଦୁରେଇ ରହିବା ସହ ତାର ବିରୋଧ କରିବେ ତା ଉପରେ ଆଲୋଚନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ପାଖାପାଖି ୪୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଯୋଗ ଦେଇଥିଲେ। ପରିଶେଷରେ ସମସ୍ତେ ନିଜ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ କରିବେ ବୋଲି ଶପଥପାଠ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଲେ।

Leave A Reply

Your email address will not be published.