ଟିଟିଲାଗଡ ରେଳ ଷ୍ଟେସନରେ ଉଡିଲା ନୂତନ ଜାତୀୟ ପତାକା

4

ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ଜାତୀୟ ଗର୍ବ ଓ ଦେଶଭକ୍ତିର ପ୍ରତୀକ ଭାବେ ଟିଟିଲାଗଡ ରେଳ ଷ୍ଟେସନ ଏବେ ଆଲୋକିତ ହୋଇଯାଇଛି ତ୍ରୀରଙ୍ଗା ପତାକାର ରଙ୍ଗରେ।
ଇଣ୍ଡିଆନ ଜର୍ନାଲିଷ୍ଟ ଇଉନିଅନ୍ (IJU) ଓଡିଶା ୟୁନିଅନ୍ ଅଫ୍ ୱର୍କିଙ୍ଗ ଜର୍ନାଲିଷ୍ଟ (OUWJ) ବଲାଙ୍ଗୀର ଜିଲ୍ଲା ସଂଗଠନର ସାମ୍ବାଦିକମାନଙ୍କ ସକ୍ରିୟ ପ୍ରୟାସ ଓ ଅଭିନବ ଚେଷ୍ଟାରେ ଟିଟିଲାଗଡ ରେଳ ଷ୍ଟେସନଠାରେ ନୂତନ ଜାତୀୟ ପତାକା ଲାଗିଛି। ପୁରୁଣା ଚିରିଯାଇଥିବା ଜାତୀୟ ପତାକା ଲାଗିଥିବା ଦେଖି ସଂଗଠନ ପକ୍ଷରୁ ସାମ୍ବାଦିକମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ଏହି ଅବହେଳା ସମ୍ପର୍କରେ ନିଜନିଜ ଖବରକାଗଜମାନଙ୍କ ମାଧ୍ୟମରେ ଖବର ପ୍ରସାରଣ କରି ଜନଚେତନା ଜଗାଇଥିଲେ। ଏହି ସଚେତନ ଖବର ପ୍ରସାରଣ ଫଳରେ ରେଳ ବିଭାଗ ସଚେତନ ହୋଇ ତୁରନ୍ତ ପଦକ୍ଷେପ ନେଇ ନୂତନ ଜାତୀୟ ପତାକା ଲଗାଇଲା। ସଂଗଠନ ପକ୍ଷରୁ ରେଳ ବିଭାଗ ଅଧିକାରୀ ଏଆରଏମ ମହୋଦୟଙ୍କୁ ବିଶେଷ ଧନ୍ୟବାଦ ଜଣାଯାଇଛି, ଯିଏ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ନୂତନ ଜାତୀୟ ପତାକା ଲଗାଇ ଦେଶର ସମ୍ମାନ ବଢାଇଛନ୍ତି। ସଂଗଠନର ସାମ୍ବାଦିକମାନେ ଏହି ପ୍ରୟାସ ମାଧ୍ୟମରେ ସମାଜରେ ଜାତୀୟତାବାଦ, ଏକତା ଓ ଦେଶପ୍ରେମର ଭାବନାକୁ ସୁଦୃଢ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ପ୍ରେରଣ କରିଛନ୍ତି। IJU (OUWJ) ବଲାଙ୍ଗୀର ଜିଲ୍ଲା ସଂଗଠନ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସାମାଜିକ, ଶିକ୍ଷା ଓ ଜାଗରଣମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଆଣିବ। ଏହି ଜାତୀୟ ପତାକାର ସମ୍ମାନ ରକ୍ଷା ତାହାର ଏକ ପ୍ରଥମ ଅଧ୍ୟାୟ ଭାବେ ଦେଖାଯାଉଛି। ଜିଲ୍ଲାର ବିଭିନ୍ନ ମହଳରୁ “ଆଇଜେୟୁ (ଓୟୁଡବ୍ଲୁଜେ) ବଲାଙ୍ଗୀର”ର ସାମ୍ବାଦିକମାନଙ୍କୁ ଏହି ଅଭିନବ ଏବଂ ଦେଶଭକ୍ତି ମୂଳକ ପଦକ୍ଷେପ ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି।

Leave A Reply

Your email address will not be published.