ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଶନିବାର) ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା -୨୦୨୫ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୨୫ ଗୋଟି ଦଳ ଅଂଶଗ୍ରହଣ କରି ନିଜର ନାଟକ ମାଧ୍ୟମରେ ବିଜ୍ଞାନର ସୃଜଶୀଳତା ଓ ବୈଜ୍ଞାନିକ ସମସ୍ୟାର ସମାଧାନ ବିଷୟରେ ନିଖୁଣ ଭାବେ ପ୍ରଦର୍ଶନ କରିଥଲେ।
ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ. ମାୟାଧର ସାହୁ ଯୋଗଦେଇ ନାଟକ ମାଧ୍ୟମରେ ଆମେ ବିଜ୍ଞାନକୁ ପ୍ରଚାର ପ୍ରସାର କରିପାରିବା ଏବଂ ଏହା ଯୁବପିଢି ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଏସ୍ .ଗିରିଧର , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୋଲୁ ରବି କୁମାର , ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଏବଂ ସ୍ଥାନୀୟ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଆଲୁମିନି ଶ୍ରୀ ଭାଗବତ ପାଢ଼ୀ ଯୋଗଦେଇ ବିଜେତା ଦଳଗୁଡିକୁ ପୁରସ୍କୃତ କରିଥିଲେ। ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ , ଏସ୍ କେ ସି ଜି ଉଚ୍ଚ ବିଦ୍ୟାଳୟ ଗୁରାଣ୍ଡି ଦ୍ଵିତୀୟ ଓ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ଜେ.ପି.ଶେଷ ଦେବ ରାୟ , ଶ୍ରେଷ୍ଠ ନାଟ୍ୟକାର ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ , ଶ୍ରେଷ୍ଠ ଅଭିନେତା ପି. ଅତ୍ତରା ମାଣିକଣ୍ଠ ଏବଂ ଶ୍ରେଷ୍ଠ ଅଭିନେତ୍ରୀ ପ୍ରିୟଦର୍ଶିନୀ ମିଶ୍ରଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୋଲୁ ରବି କୁମାର ଧନ୍ୟବାଦ ଅର୍ପଣ କରିଥିଲେ।
ବିଚାରକ ଭାବେ ଶ୍ରୀ ମନୋଜ କୁମାର ପାଢ଼ୀ ଏବଂ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଦାୟିତ୍ୱ ନିର୍ବାହ କରିଥିଲେ।
ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.