ମା’ ଲକ୍ଷ୍ମୀ କ୍ଲବ ଆନୁକୁଲ୍ୟରେ ୪୫ତମ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା।

4

 ଅସ୍ତରଙ୍ଗ ୧୮/୧0  ପୁରୀଜିଲ୍ଲା ଅସ୍ତରଙ୍ଗ ମୁଖ୍ୟ ବଜାରରେ ଅଂଚଳ ର ଅଗ୍ରଣୀ ଅନୁଷ୍ଠାନ “ମା ଲଷ୍ମୀ କ୍ଲବ୍ ” ଆନୁକୂଲ୍ୟରେ ୪୫ ତମ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଶୁକ୍ରବାର ଦିନ ଆରମ୍ଭ ହୋଇଛି। ଉଦ୍ ଘାଟନ ଉତ୍ସବରେ ବ୍ଲକ୍ ବିଯୁଜନତା ଦଳ ର ପୂର୍ବତନ ସଭାପତି ସାଇରଞ୍ଜନ ପ୍ରଧାନ ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ କାକଟପୁର ବିଧାୟକ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା , ସମ୍ମାନୀତ ଅତିଥି ଭାବେ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସ୍ଵାଧୀନ କୁମାର ନାୟକ,ବ୍ଲକ୍ ବିଜୁ ଜନତା ଦଳ ସଭାପତି ପଞ୍ଚାନନ ସ୍ୱାଇଁ, ପୂର୍ବତନ ୨ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଗଦାଧର ବିଶ୍ଵାଳ, ପୁରୀ ନିମାପଡ଼ା ସମ୍ମିଳିତ କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ ନିର୍ଦ୍ଦେଶକ କୁଞ୍ଜବିହାରୀ ପ୍ରଧାନ ଓ ୧ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ସରସ୍ୱତୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ର ଉତ୍ତରୋତ୍ତର କାମନା କରିବା ସହ ଗ୍ରାମାଞ୍ଚଳ ରେ କଳା କୁ ଉଜୀବିତ କରି ରଖିଥିବାରୁ ଅନୁଷ୍ଠାନ ର ସଦସ୍ୟ ଙ୍କୁ ଉତ୍ସାହିତ କରିଥିଲେ। ଅତିଥି ମାନଙ୍କ ଦ୍ୱାରା କ୍ଲବ୍ ର ପ୍ରତିଷ୍ଠାତା  ପ୍ରକାଶ କୁମାର ପ୍ରଧାନ ଙ୍କୁ ଉପଢୌକନ ଦେଇ ସଂମ୍ମାନିତ କରାଯାଇଥିଲା। କ୍ଲବ୍  ସଭାପତି ତରୁଣ ତପନ କୁମାର ସ୍ବାଇଁ ,ସମ୍ପାଦକ ପବିନ କାଣ୍ଡି , ସାଂକୃତିକ ସମ୍ପାଦକ ଦେବାଶିସ୍  ବାରିକ୍, ଉପଦେଷ୍ଟା ଚିତ୍ରସେନ ପ୍ରଧାନ, ହରିହର ମହାନ୍ତି ଓ ସମସ୍ତ ସଦସ୍ୟ ଙ୍କ ଦବି କ୍ରମେ କ୍ଲବ ର ଉନ୍ନତି କରଣ ପାଇଁ ବିଧାୟକ ଶ୍ରୀଯୁକ୍ତ ବେହେରା  ବିଧାୟକ ପାଣ୍ଠିରୁ ୧0 ଲକ୍ଷ୍ୟ ଟଙ୍କା ଅନୁଦାନ ଦେବାପାଇଁ ଘୋଷଣା କରିଥିଲେ। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସାଂକୃତିକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସାଂସ୍କୃତିକ ସମ୍ପାଦକ ଶ୍ରୀଯୁକ୍ତ ବାରିକ୍ ସୂଚନା ଦେଇଛନ୍ତି।

Leave A Reply

Your email address will not be published.