ପୋଲିସ ପକ୍ଷରୁ ଜବତ ଗାଡି ଓ ମୋବାଇଲ ଫେରସ୍ତ କାର୍ଯ୍ୟକ୍ରମ

4

ବଡ଼ବିଲ (ଶାସକ ପ୍ରଶାସକ) କେନ୍ଦୁଝର ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ଜିଲ୍ଲାର ସମସ୍ତ ଥାନା ଗୁଡିକରେ ପୋଲିସ ପକ୍ଷରୁ ଜବତ୍ ହୋଇଥିବା ଯାନବାହନ ଓ ମୋବାଇଲ ଫେରସ୍ତ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିବା ଜଣାପଡିଛି । ଏହି କ୍ରମରେ ଆଜି ବଡ଼ବିଲ ଥାନା ପରିସରରେ ବହୁ ଦିନରୁ ଜବତ ହେଇ ପଡିଥିବା ପ୍ରାୟ ୫୧ ଟି ଦୁଇ ଚକିଆ ଗାଡିକୁ ମାଲିକଙ୍କୁ ହସ୍ତାନ୍ତର କରା ଯାଇଛି। ସେହିପରି ଆଉ ଯାହାର ଗାଡି ଜବତ୍ ହୋଇ ଥାନାରେ ପଡିରହିଛି ସେମାନେ ମଧ୍ଯ ଥାନାରେ ଉପଯୁକ୍ତ ପ୍ରମାଣ ଦେଇ ନିଜର ଗାଡି ଫେରସ୍ତ ନେଇ ପାରିବେ ବୋଲି ବଡ଼ବିଲ ଏସଡିପିଓ ଦେବେନ୍ଦ୍ର ପିଙ୍ଗୁଆ ସୂଚନା ଦେବା ସହ ଆଗାମୀ ଦିନରେ ଚୋରି ହୋଇଥିବା ମୋବାଇଲ ଫୋନ ଗୁଡିକ ମଧ୍ୟ ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ,ପ୍ରଭାତ ସାହୁ ଓ ଦେବାଶିଷ ରାଉଳ ପ୍ରମୁଖ ଉପସ୍ଥିତ ରହି ମାଲିକ ମାନଙ୍କୁ ଗାଡି ଗୁଡିକ ହସ୍ତାନ୍ତର କରିବାରେ ସହଯୋଗ କରିଥିଲେ l

Leave A Reply

Your email address will not be published.