ରାଜ୍ୟ ମୁକ୍ତ ବିଦ୍ୟାଳୟର ସ୍ୱତନ୍ତ୍ର ନାମଲେଖା

4

ଖଇରପୁଟ-ମାଲକାନଗିରି ଜିଲା ଖଇରପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁର୍ଗମ ମାଡ଼କାପଦର ଓ ବଡଡୁରାଲ ପଞ୍ଚାୟତବାସୀଙ୍କ ସୁବିଧା ପାଇଁ ମାଡ଼କାପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟ ମୁକ୍ତ ବିଦ୍ୟାଳୟର ସ୍ବତନ୍ତ୍ର ନାମଲେଖା ଶିବିର ଅନୁଷ୍ଠିତ ହୋଇଛି ।ଅଧାରୁ ପାଠ ଛାଡିଥିବା ୧୪ରୁ ୧୮ବର୍ଷ ବୟସ୍କ ପିଲାଙ୍କୁ ନିଶୁଳ୍କ ନାମ ଲେଖାଇବାର ବ୍ୟବସ୍ଥା ରହିଛି। ତେଣୁ ଗତ ଦିନରେ ସିଟିଏସ୍ ସର୍ଭେରୁ ଚିହ୍ନଟ କରାଯାଇଥିବା ପିଲାଙ୍କ ଅଭିଭାବକଙ୍କୁ ବିଭିନ୍ନ ସ୍କୁଲର ଶିକ୍ଷକମାନେ ସରକାରଙ୍କ ଏହି ଯୋଜନା ବିଷୟରେ ବୁଝାଇ ମୁକ୍ତ ବିଦ୍ୟାଳୟ ଅଧ୍ୟାନରେ ଅଧାରୁ ପାଠ ଛାଡିଥିବା ୪୧ ଜଣ ପିଲାଙ୍କ ନାମ ଲେଖାଯାଇଥିଲା। ଆଗାମୀ ଦିନରେ ଆହୁରି ଅଧିକ ପିଲା ନାମ ଲେଖାଇବା ଅନୁମାନ କରାଯାଉଛି। ଅତିଥ୍, ଶିକ୍ଷୟିତ୍ରୀ ଓ ଶିକ୍ଷକ ଯୋଗଦେଇ ଅଧାରୁ ପାଠ ଛାଡିଥ‌ିବା ପିଲା ପୁଣି ଥରେ କିପରି ବିଦ୍ୟାଳୟ ମୁହାଁ ହେବେ ଓ ପାଠ ପଢିବେ, ସେ ସମ୍ପର୍କରେ ଅଭିଭାବକଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଡ଼ମ୍ବରୁ ସିସା, ଖଇରପୁଟ ବିଡିଓ ଉମାଶଙ୍କର କୋୟା, ବିଇଓ ଦିଲ୍ଲୀପ କୁମାର ଗଣ୍ଡ, ଏବିଡିଓ କାର୍ତ୍ତିକ ନାୟକ, ବ୍ଲକ ମୁକ୍ତ ବିଦ୍ୟାଳୟ ସଂଯୋଜକ ତ‌ଥା ଖଇରପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମାନସ ରଞ୍ଜନ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାସ ମାଳି, ମାଡ଼କାପଦର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭୋଜରାଜ ମେହେର, ଶିକ୍ଷକ ତପନ କୁମାର ନନ୍ଦ, ବଡ଼ ଡୁରାଲ ଆଞ୍ଚଳିକ ସାଧନକର୍ମୀ ବିଜୁ ମାଝୀ, ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଜ୍ଞାନ ଶିକ୍ଷକ ଦେବରାଜ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚକ୍ର ମାଝୀ, ମିସାଇଲ ଟାକ୍ରି, ଗୋପବନ୍ଧୁ ମିଶ୍ର, କିଶୋର କୁମାର ସେଠୀ ପ୍ରମୁଖ ସହଯୋଗ କରିଥିଲେ। ପ୍ରକାଶ ଥାଉକି ଖଇରପୁଟ ବ୍ଲକ୍‌ର ଏହା ଏକମାତ୍ର ରାଜ୍ୟ ମୁକ୍ତ ବିଦ୍ୟାଳୟର ନାମ ଲେଖା ଓ ପଠନ କେନ୍ଦ୍ର ।

Leave A Reply

Your email address will not be published.