ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

4

  ବାସୁଦେବପୁର –   ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସୁଦର୍ଶନପୁର ପଞ୍ଚାୟତ ରେ ଥିବା ଜଗନାଥି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଧାକର ସେଠୀ ଙ୍କ ର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଭାପତି ସାନ୍ତୁନୁ କୁମାର ପଳିତା ଙ୍କ ସଭାପତିତ୍ବ ରେ ଅତିଥି ଭାବେ ଶ୍ରୀମତୀ ରମ୍ଭାମଣି ପଣ୍ଡା ସଭାପତି ପ୍ରାଥମିକ ଶିକ୍ଷକ ସଂଘ, ସନ୍ତୋଷ କୁମାର ନାୟକ ସି ଆର ସି ସି, ଗିରିଜା ଶଙ୍କର ସାହୁ ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ନିରଞ୍ଜନ ବେହେରା ସମାଜସେବୀ, ଚନ୍ଦ୍ରକାନ୍ତ ମଲିକ ସରପଞ୍ଚ, ଦୈତାରି ସେଠୀ ସମିତି ସଭ୍ୟ, ଭାଗିରଥି ମହାଳିକ ୱାର୍ଡ ମେମ୍ବର ଉପସ୍ଥିତ ରହି ଥିଲେ। ଅନୁଷ୍ଠିତ ସଭା କାର୍ଯ୍ୟ କ୍ରମ କୁ ପ୍ରଦୀପ୍ତ ରଞ୍ଜନ ସାହୁ ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏହି ଅବସର ରେ ଉପସ୍ଥିତ ଅତିଥି ମାନେ ନିଜ ନିଜ ର ବକ୍ତବ୍ୟ ରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧାକର ସେଠୀ ଙ୍କ ଗୁଣ ଗାନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରିଥିଲେ।ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷ ରେ ଅଭିଭାବକ, ଛାତ୍ର ଛାତ୍ରୀ, ଗ୍ରାମ ବାସି ସମସ୍ତେ ମିଶି ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.