ରାଜ୍ୟ ସ୍ତରୀୟ ପ୍ରତିଭା ଅନ୍ୱେଷଣ ଉତ୍ସବ,ଓଡ଼ଗାଁର ଗୈାତମ ତବଲା ବାଦନରେ ପ୍ରଥମ

4

ଓଡ଼ଗାଁ,୧୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ଗୈାତମ ତ୍ରିପାଠୀ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ସନ୍ଦିପ୍ କୁମାର ରାଉତଙ୍କ ଦ୍ୱାରା ପ୍ରତିଷ୍ଠିତ ଅନ୍ତର୍ଦ୍ଧୋନୀ ସଙ୍ଗୀତ ମହାବିଦ୍ୟାଳୟରେ ମାଧ୍ୟମରେ ଆୟୋଜିତ ଅନ୍ତର୍ଦ୍ଧୋନୀ ସଙ୍ଗୀତ ମହୋତ୍ସବ ୨୦୨୫ ରାଜ୍ୟ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ବରିଷ୍ଠ ବିଭାଗ ତବଲା ବାଦନରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ଗାଁ ଏନ୍ଏସି ତଥା ବ୍ଳକ ଅଞ୍ଚଳ ପାଇଁ ଗୈାରବ ଆଣିଛନ୍ତି । ତାଙ୍କର ସଫଳତାରେ କଳା ଓ ସଂସ୍କୃତି ପ୍ରେମିଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ହିତାକାଂକ୍ଷୀ ମାନେ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟ ମାନଙ୍କ ଭଳି ଗୈାତମ ବିଜ୍ଞାନ, ବାଣିଜ୍ୟ କିମ୍ବା ଅନ୍ୟ କୌଣସି ଧାରାବାହିକ ପାଠ୍ୟକ୍ରମ ଯୋଗ୍ୟତା ଅର୍ଜନ କରିବା ପରିବର୍ତ୍ତେ କଳା ସଂସ୍କୃତି ବିଭାଗରେ ଜଣେ ତବଲା ବାଦକ ଛାତ୍ର ଭାବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ବୋଲି କହିଛନ୍ତି । ଓଡ଼ଗାଁର ଅନ୍ୟତମ ଶିଳ୍ପଦ୍ୟୋଗୀ ନରେନ୍ଦ୍ର ତ୍ରିପାଠୀ ଏବଂ ସସ୍ମିତା ତ୍ରିପାଠୀଙ୍କ ପୁତ୍ର ଗୈାତମ ଗୁରୁଶ୍ରୀ ବିନୋଦ ବିହାରୀ ରାଉତଙ୍କ ଠାରୁ ତବଲା ବାଦନ ଶିକ୍ଷା ଗ୍ରହଣ କରୁଛନ୍ତି।

Leave A Reply

Your email address will not be published.