ଓଡ଼ଗାଁ ବ୍ଳକ ସ୍ତରୀୟ ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଜନଶୁଣାଣୀ ଶିବିର ଅନୁଷ୍ଠିତ,

4

୭ ଦିନ ମଧ୍ୟରେ ନଥିପତ୍ର ଦାଖଲ ପାଇଁ ନିର୍ଦ୍ଦେଶ,ଡେପୁଟି କଲେକ୍ଟର

ଓଡ଼ଗାଁ,୧୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କିତ ଜନ ଶୁଣାଣୀ ଶିବିର ବୁଧବାର ବ୍ଳକ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ମୃତ ହିତାଧିକାରୀ ମାନଙ୍କ ନାମରେ ରାସନ୍ ସାମଗ୍ରୀ ପ୍ରଦାନ କରାଗଲେ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରାଯିବ । ଏଥିସହିତ ବିଭାଗୀୟ ସରକାରୀ ଅଧିକାରୀ ମାନେ ଜନ ଶୁଣାଣୀ ଶିବିରକୁ ଆସିବା ପୂର୍ବରୁ ସପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସନ୍ତୁ ବୋଲି ଡେପୁଟି କଲେକ୍ଟର ନିର୍ଦ୍ଦେଶ ଦେଇଥିଲେ । ମନେରେଗା ଯୋଜନା ଅନ୍ତର୍ଗତ ୨୦୨୫/୨୬ ଆର୍ଥିକ ବର୍ଷ ଅପ୍ରେଲ ପହିଲାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ୨ୟ ସ୍ତରରେ ୩୮ କୋଟି ୩୪ ଲକ୍ଷ ୨୭ ହଜାର ଟଙ୍କା ପ୍ରସ୍ତାବିତ ଅର୍ଥରୁ ୪କୋଟି ୫୮ଲକ୍ଷ ୧୧ ହଜାର ଟଙ୍କା ବ୍ୟୟ ହୋଇଛି । ଏବଂ ୪୩ ଲକ୍ଷ ଟଙ୍କା ପ୍ରଦାନ ନିମନ୍ତେ ବାକି ରହିଛି । ବ୍ଳକର ୪ ଜଣ ୧ଶହ ଦିନର କାର୍ଯ୍ୟ ଶେଷ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୫ ହଜାର ୭ଶହ ୪୨ ଜବକାର୍ଡ ମଧ୍ୟରୁ ୨୩ ହଜାର ୧୫୧ ଜବକାର୍ଡ ଧାରି କାର୍ଯ୍ୟ କରୁଛନ୍ତି । ତେବେ ୪ ହଜାର ୨ଶହ ୪୮ ପ୍ରକଳ୍ପ ମଧ୍ୟରୁ ୧୧୬୧ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୩୪୨ ପ୍ରକଳ୍ପର କାର୍ଯ୍ୟ ଚାଲୁରହିଛି । ଏବଂ ୭୪୫ ପ୍ରକଳ୍ପର କାର୍ଯ୍ୟ ଆଦୈା ଆରମ୍ଭ ହୋଇନଥିବା ଜଣାପଡିଛି । ନୟାଗଡ଼ ଡେପୁଟି କଲେକ୍ଟର ତପସ୍ଵିନୀ ହାଁସଦାଃଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଓଡ଼ଗାଁ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ନାରାୟଣ ବଳିଆର ସିଂହ, ଏବଂ ବ୍ଳକ ସାମାଜିକ ସମୀକ୍ଷକ ରାଜେଶ କୁମାର ଜେନା, ଅତିରିକ୍ତ ପୋଗ୍ରାମ ଅଧିକାରୀ ବିଭୁପ୍ରସାଦ ସାଥୁଆ ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ଶିବିରରେ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଭିଲେଜ ରିଶୋର୍ସ ପର୍ସନ ମାନେ ଯୋଗଦେଇଥିବା ବେଳେ ଖୁବ୍ ଅଳ୍ପ ସଂଖ୍ୟକ ଜନ ପ୍ରତିନିଧି, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ ମାନେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.