ମାଥିଲି,୧୫/୧୦: ରାଜ୍ୟ ସରକାରଙ୍କ ବିରୋଧରେ ଆଜି ବ୍ଲକ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ମାଥିଲି ସହୀଦ ଲକ୍ଷ୍ମଣ ନାୟକ ଭବନ ଠାରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି। ବ୍ଲକ ବିଜେଡି ସଭାପତି ସଦାଶିବ ପୂଜାରୀଙ୍କ ନେତୃତ୍ବରେ ଆୟୋଜିତ ଏହି ପଦଯାତ୍ରାରେ ଶତାଧିକ କର୍ମୀ ସାମିଲ ହୋଇଥିଲେ। ବିଜେପି ସରକାରଙ୍କର ଅପାରଗତା ଅଭିଯୋଗ ଆଣି ଏହି ଜନସଂପର୍କ ପଦଯାତ୍ରାରେ ଲୋକଙ୍କୁ ସଚେତନ କରାଇବ ବିଜେଡି।ସ୍ନେହରେ ଲୋକଙ୍କ ସହ ଯୋଡ଼ି ହେବା ଓ ବନ୍ଧୁତ୍ବରେ ବାନ୍ଧି ହେବା ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି ବିଜେପି ସରକାରଙ୍କର ଅପାରଗତାକୁ ନେଇ ଏକତା ହୋଇ ଲଢେଇ କରିବା ସହ ନାରୀ ନିର୍ଯାତନା, ଛାତ୍ରୀ ଆଜି ଅସୁରକ୍ଷିତ, ପୁଲିସ ଏସଆଇ ପରୀକ୍ଷାରେ ଦୁର୍ନୀତି, ମାଗଣାରେ ୩ ଶହ ୟୁନିଟ ବିଜୁଳି ଦେବା, ଭୋଟ ଚୋର, ଯୋଜନା ଚୋର, ବୃଦ୍ଧଙ୍କୁ ଭତ୍ତା ନମିଳିବା, ଆୟୁଷ୍ମାନ କାର୍ଡରେ ରୋଗୀ ହନ୍ତସନ୍ତ ହେବା ଭଳି ଘଟଣାକୁ ନେଇ ଲୋକଙ୍କୁ ଜନ ସଂପର୍କ ପଦଯାତ୍ରାରେ ସଚେତନ କରାଇବ ବୋଲି ବିଜେଡି କହିଛି। ଏହା ଆସନ୍ତା ନଭେମ୍ବର ୯ ତାରିଖରେ ଶେଷ ହେବ ବୋଲି କୁହାଯାଇଛି। ଆଜିକୁ ଦେଢ ବର୍ଷ ହେଲା ଗାଁ ଗହଳିର ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ। ହିତାଧିକାରୀମାନେ ପେନସନ ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି ହଇରାଣ ହେଲେଣି। ଦିବ୍ୟାଙ୍ଗମାନେ ବି ଆଜି ହନ୍ତସନ୍ତ ହେଲେଣି। ଏହି ଅପାରଗତା ସରକାରଙ୍କର ମୁଖା ଖୋଲାଯିବ ବୋଲି ବିଜେଡି କହିଛି। ଆଜିର ଏହି ପଦଯାତ୍ରାରେ ବିଜେଡିର ଜିଲ୍ଲା ସଭାପତି ମାନସ ମାଡକାମି, ସଭାନେତ୍ରୀ ତଥା ଜିଲ୍ଲାପରିଷଦ ସଭ୍ୟା ଜୋନ୍ ୧ର ଲକ୍ଷ୍ମୀପ୍ରିୟା ନାୟକ, ଜିଲ୍ଲାପରିଷଦ ସଭ୍ୟ ଜୋନ୍ ୨ର ହିରଣ୍ୟ ମୁଦୁଲି,D.r.o. ଘନଶ୍ୟାମ ମାଡକାମି,A.r.o.ପ୍ରଶାନ୍ତ ସଗରିଆ ବରିଷ୍ଟ କର୍ମ ଉଦିଅନାଥ ମାଦ୍ରି, ମାଥିଲି ପଞ୍ଚାୟତ ସଭାପତି ଶ୍ୟାମ ପ୍ରସାଦ ପଟ୍ଟନାୟକ, କିଆଙ୍ଗ ପଞ୍ଚାୟତ ସଭାପତି ଗୋଲାପ ଜୋଲାରି,ଚାଉଳ ମେନ୍ଦୀ ପଞ୍ଚୟତ ସଭାପତି ମାଧବ ନଳୀ,ମେକ୍କା ପଞ୍ଚୟତ ସଭାପତି ରାମଦାସ ନାୟକ, ପ୍ରଶାନ୍ତ କୁମାର ସାଗରିଆ,ଶତାଧିକ ବିଜେଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post