ସୁରଭି- ୨୦୨୫ : ମଶାବାରୀ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁମହୋତ୍ସବ

4

ଓଡ଼ଗାଁ,୧୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମଶାବାରୀ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁମହୋତ୍ସବ ସୁରଭି ୨୦୨୫ ମଶାବାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ପାଳିତ ହୋଇଯାଇଛି । ସୁରଭି କାର୍ଯ୍ୟକ୍ରମରେ କନିଷ୍ଠ ଓ ବରିଷ୍ଠ ବର୍ଗର ପ୍ରତିଯୋଗି ମାନଙ୍କ ମଧ୍ୟରେ ମୋ ସ୍ୱପ୍ନର ଓଡ଼ିଶା ୨୦୩୬ ବିଷୟ ଭିତ୍ତିକ ଚିତ୍ରାଙ୍କନ, ଗୀତ, ଦଳଗତ ନୃତ୍ୟ, ବକୃତା, କୁଇଜ୍, ତର୍କ, ସୃଜନଶୀଳ ଲିଖନ, ଶ୍ରୁତଲିଖନ, ହସ୍ତାକ୍ଷର, ପ୍ରବନ୍ଧ ଲିଖନ, ପ୍ରଧାନମନ୍ତ୍ରୀ ପୋଷଣ ଶିଳ୍ପକଳା ଏହିପରି ୧୨ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦାମୋଦର ଖିଲାର, ସାରସ କୁମାର ମିଶ୍ର, ସ୍ଵରୁପ ରଞ୍ଜନ ମିଶ୍ର, ଡାକ୍ତର ଦେବିପ୍ରସାଦ ପଣ୍ଡା, ପଞ୍ଚାନନ ସାହୁ ପ୍ରମୁଖ ବିଚାରକ ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା ମୂଲ୍ୟାୟନ କରିଥିଲେ । ଅପରାହ୍ନରେ ଦଳଗତ ନୃତ୍ୟ ସଂଗୀତ ପ୍ରତିଯୋଗୀତା ପରେ ମଶାବାରୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଯଶୋବନ୍ତ ପଟ୍ଟନାୟକଙ୍କ ପରିଚାଳନାରେ ପରିଚାଳିତ ସୁରଭି ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ମଶାବାରୀ ଉଚ୍ଚ ବିଦ୍ୟାଳୟ ଅନ୍ୟତମ ପ୍ରାଣ ପ୍ରତିଷ୍ଠାତା ଅଶୋକ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ରଘୁନାଥ ମଲ୍ଲିକ, ପନ୍ତିଖାରୀ ପଞ୍ଚାୟତ ସମିତି ସଭ୍ୟ ବୁଲୁ ଯେନା, ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ଡାକୁଆ ଯୋଗଦେଇ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।ପ୍ରତ୍ୟେକ ବିଭାଗର ପ୍ରଥମ କୃତି ପ୍ରତିଯୋଗୀ ମାନେ ବ୍ଳକ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ୪ ପଞ୍ଚାୟତ ୧୪ ଟି ବିଦ୍ୟାଳୟର ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ଶିକ୍ଷକ ଭଗବାନ ସାହୁ ସଂଯୋଜନା କରିଥିଲେ । ସେହିପରି ନନ୍ଦିଘୋର, ଗୋଡ଼ିପଡ଼ା, ସୋଲପଟା, ବଡ଼କୁଟୁଣୀ, କୁରାଳ ଓ ସୁନାମୁହଁ ଆଞ୍ଚଳିକ ସାଧନ କେନ୍ଦ୍ର ଗୁଡ଼ିକରେ ସୁରଭି ୨୦୨୫ କାର୍ଯ୍ୟକ୍ରମ ଆଜିର ଦିନରେ ସ୍ଥାନୀୟ ଅତିଥି ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.