ଓଡ଼ଗାଁ,୧୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଏମ୍ ସୁଶ୍ରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନୟାଗଡ଼ ଲଗ୍ନଜିତ ରାଉତ, ମୁଖ୍ୟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ଦାସ ଏବଂ ସମସ୍ତ ବିଭାଗୀୟ ଜିଲ୍ଲା ଅଧିକାରୀ ମାନଙ୍କ ଉପସ୍ଥିତିରେ ୧୩୨ ପଞ୍ଜିକୃତ ଅଭିଯୋଗ ମଧ୍ୟରୁ ୧୨୦ ବ୍ୟକ୍ତିଗତ ଅଭିଯୋଗ, ୧୦ଗୋଟି ଗ୍ରାମ ସମୂହ ସମସ୍ୟା ଓ ୨ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସମ୍ପର୍କିତ ସମସ୍ୟା ରହିଥିବାବେଳେ ରେଡ଼କ୍ରସ ସମ୍ବନ୍ଧୀୟ ସମସ୍ୟା ପହଁଞ୍ଚି ନଥିଲା । ଶିବିରରେ ୨୬ ଗୋଟି ସମସ୍ୟାର ତତ୍କାଳ ସମାଧାନ କରାଯାଇଥିଲା । ଅବଶିଷ୍ଟ ମାମଲାଗୁଡିକ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗ ମାନଙ୍କ ନିକଟକୁ ପଠାଇ ଦିଆଯାଇଛି । ବିଶେଷ କରି ସୂଚନା ଆଇନ ବଳରେ ମଗାଯାଇଥିବା ବିଭିନ୍ନ କ୍ଷେତ୍ରର ସୂଚନା ପ୍ରଦାନରେ ଅବହେଳା, କଲ୍ୟାଣୀ ମଣ୍ଡପ ଦାୟିତ୍ଵ ବଣ୍ଟନରେ ଅନିୟମିତତା, ଟେଲରିଂ ୟୁନିଟ୍ ଚୟନରେ ଅନିୟମିତତା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା, ରାସନ୍ କାର୍ଡ, ସୁଭଦ୍ରା, କ୍ଷୁଦ୍ର ଜଳସେଚନ, ପୋଲିସ୍ ଓ ଜାଗା ବାଡ଼ି ସମ୍ବନ୍ଧୀୟ ଅଭିଯୋଗ ରହିଥିଲା। ମଶାବାରୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ କେନାଲ ଗୁଡ଼ିକରୁ ଜବର ଦଖଲ ହଟାଇବା ଅଭିଯୋଗ ଏବଂ ବୁଢ଼ା ମା’ ବାପାଙ୍କୁ ପୁଅ ଗଣ୍ଡେ ଖାଇବାକୁ ଦେଉନଥିବା ନେଇ ବାପା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏଥି ସହିତ ସରକାରୀ ଯୋଜନାରୁ ବଞ୍ଚିତ ଅନେକ ହିତାଧିକାରୀ ସେମାନଙ୍କ ସମସ୍ୟା ଗୁଡ଼ିକୁ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ । ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ବିଡିଓ ଜିତେନ୍ଦ୍ର କୁମାର ନାୟକ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁ, କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ମନୋଜ କୁମାର ରାଉତ, ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ବାଇଁ, ଓଡ଼ଗାଁ ବନାଞ୍ଚଳ ବନପାଳ ସରିତା ବରାଳ, ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ, କୃଷି ଅଧିକାରୀ ପ୍ରତିଭା ପ୍ରଧାନ, ଯୋଗାଣ ଅଧିକାରୀ ମଳୟ କୁମାର ମେହେର, ବ୍ଳକ ଗ୍ରାମପଞ୍ଚାୟତ ଅଧିକାରୀ ବିଶ୍ବଜିତ ଯେନାଙ୍କ ସହିତ ଜିଲ୍ଲାର ବିଭାଗୀୟ ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇ ଅଭିଯୋଗର ସମାଧାନ ପାଇଁ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.