ଓଡ଼ଗାଁ,୧୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଥାନା ଶିଖରପୁର ଗ୍ରାମର ଅଧିବାସୀ ମାନେ ଶନିବାର ଥାନା ଆଗରେ ଶବ ରଖିବା ସହିତ ୨୧ ନମ୍ବର ରାଜ୍ୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣାକ୍ରମରେ ୯ ତାରିଖ ଗୁରୁବାର ଦିନ ସଂଧ୍ୟା ସମୟରେ ଶିଖରପୁର ତାରିଣୀ ସାହିର ନାରାୟଣ ବେହେରା(୬୫) ପ୍ରତିଦିନ ଭଳି କ୍ଷୀର ବିକ୍ରି କରିବା ପାଇଁ ଶରଣକୁଳ ଆସୁଥିବା ବେଳେ ଘରଠାରୁ ମାତ୍ର ୫୦ ମିଟର ଦୂରରେ ପହଁଞ୍ଚି ଥିବା ସମୟରେ ପଛ ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଜୋରରେ ଧକ୍କା ଦବା ଫଳରେ ସେ ପଡିଯାଇ ଗୁରୁତର ଭାବେ ଆହତ ହୋଇଥିଲେ । ପରିବାର ଲୋକେ ପ୍ରଥମେ ତାଙ୍କୁ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ନାରାୟଣ ବେହେରାଙ୍କର ଶନିବାର ଦିନ ମୃତ୍ୟୁ ଘଟିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପରିବାର ଲୋକେ ଅନ୍ୟମାନଙ୍କ ସହାୟତାରେ ଅପରାହ୍ନରେ ଶରଣକୁଳ ଥାନା ଆଗରେ ଶବ ସହିତ ଶବବୁହା ଗାଡ଼ିକୁ ରଖି ରାସ୍ତା ଅବରୋଧ କରିଥିଲେ । ସୂଚନା ଅନୁସାରେ ଦୁର୍ଘଟଣା ପରେ ମୃତ ନାରାୟଣ ବେହେରାଙ୍କ ପରିବାର ଲୋକେ ଶୁକ୍ରବାର ଦିନ ଶରଣକୁଳ ଥାନାରେ ଏତଲା ଦେବାକୁ ଆସିଥିଲେ । ନରଖିବାରୁ ପୁଣିଥରେ ଶନିବାର ଦିନ ଏତଲା ଧରି ଆସିଥିଲେ । ହେଲେ ଥାନାବାବୁ ମାନେ ଏତଲା ରଖି ନଥିଲେ । ଏଥିରେ ପରିବାର ଲୋକଙ୍କ ସହିତ ଗ୍ରାମ ବାସୀ ମାନେ ରାଗିଯାଇ ରାସ୍ତା ଅବରୋଧ କରିଥିଲେ । ଶନିବାର ଦିନ ଶାନ୍ତି କମିଟି ସଦସ୍ୟଙ୍କ ଉପସ୍ଥିତିରେ ଏତଲା ଦାଖଲ କରିବା ପରେ ଶରଣକୁଳ ଥାନାରେ ଏକ ମାମଲା ରେଜିଷ୍ଟ୍ରେସନ କରି ତାହାର କପି ପ୍ରଦାନ କରିବାପରେ ଅପରାହ୍ନ ଘ ୬.୨୫ ରେ ପରିବାର ଲୋକଙ୍କ ସହିତ ସମସ୍ତ ଆନ୍ଦୋଳନକାରୀ ରାସ୍ତା ଅବରୋଧରୁ ହଟିଥିଲେ ।
Sign in
Sign in
Recover your password.
A password will be e-mailed to you.