ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

4

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶନିବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଉଛି।
ଏହି ଦିବସରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ରବି ନାରାୟଣ ଦାସ , ଜିଲ୍ଲା ସମାଜ ମଙ୍ଗଳ ବିଭାଗର ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , ଶ୍ରୀମତୀ ଭଗ୍ୟଲକ୍ଷ୍ମୀ ନାୟକ , ସଦସ୍ୟା ଓ ଅନ୍ୟଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ।
ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ୧୧ ଅକ୍ଟୋବର ତାରିଖରେ ପାଳନ କରାଯାଏ , ଯାହାର ଉଦ୍ଦେଶ୍ୟ ହେଉଛି କନ୍ୟା ଶିଶୁଙ୍କର ଅଧିକାର , ସୁସ୍ଥତା , ଶିକ୍ଷା ଓ ସଶକ୍ତିକରଣକୁ ନେଇ ସମାଜକୁ ସଚେତନ କରିବା।
ସଂଯୁକ୍ତ ରାଷ୍ଟ୍ର ସଂଘ ୨୦୧୧ ମସିହାରେ ଏହି ଦିନକୁ ଘୋଷଣା କଲା , ଯେପରି ଯେ ବିଶ୍ୱ ଭରି ଥିବା କନ୍ୟାମାନଙ୍କ ସମସ୍ୟା ଓ ସମାଜିକ ଅସମାନତାକୁ ନିରାକରଣ କରି ସେମାନଙ୍କୁ ସଶକ୍ତ କରାଯିବ।
ଆଜି ମଧ୍ୟ ଅନେକ ସ୍ଥାନରେ କନ୍ୟାମାନେ ଶିକ୍ଷାରୁ ବଞ୍ଚିତ , କମ ବୟସରେ ବିବାହ ହେଉଛନ୍ତି ଓ ପୃଷ୍ଟି ଅଭାବରେ ପୀଡ଼ିତ। ଏହି ସମସ୍ୟା ଗ୍ରାମୀଣ ଓ ଜନଜାତି ଅଞ୍ଚଳ ଥିବା ଗଜପତି ଜିଲ୍ଲା ପାଇଁ ଅଧିକ ସମ୍ବେଦନଶୀଳ।
ତେଣୁ ଏହି ଦିନ ଆମ ପାଇଁ କେବଳ ପାଳନ ନୁହେଁ , ଏହା ଏକ ଆହ୍ୱାନ ପ୍ରତ୍ୟେକ କନ୍ୟା ଶିଶୁଙ୍କୁ ଶିକ୍ଷିତ , ସୁସ୍ଥ , ସୁରକ୍ଷିତ ଓ ସଶକ୍ତ କରିବାର ଶପଥ ନେବା। ଆଜି ଗଜପତି ଜିଲ୍ଲାର ସମସ୍ତ ବ୍ଲକରେ ପାଳିତ ହୋଇଯାଇଛି।
ସିଡ଼ିପିଓ , ସୁପରଭାଇଜର , ଶିକ୍ଷକ ଓ ଆଙ୍ଗନବାଡ଼ି କର୍ମୀମାନଙ୍କ ନେତୃତ୍ୱରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି।
ସ୍ଥାନୀୟ ଜନପ୍ରତିନିଧି , ମାତୃ ସମିତି , ସ୍ବୟଂ ସହାୟକ ଗୋଷ୍ଠୀ ଓ କିଶୋରୀ ବାଳିକା ମାନଙ୍କ ସହିତ ପ୍ରତ୍ଯେକ ଗ୍ରାମରେ ବୈଠକ କରାଯାଇ ଶିଶୁ ବିବାହ ରୋକିବା , ଝିଅ ଶିଶୁଙ୍କ ଶିକ୍ଷା ନିଶ୍ଚିତ କରିବା ଓ ଶିଶୁ ସୁରକ୍ଷା ବିଷୟରେ ଆଲୋଚନା କରାଯାଇ ବେଟି ବଚାଓ ବେଟି ପଢାଓ , ସୁକନ୍ୟା ସମୃଦ୍ଧି ଯୋଜନା , କନ୍ୟା ରତ୍ନ , ପୋଷଣ ଅଭିଯାନ , ସମଗ୍ର ଶିକ୍ଷା ଯୋଜନା ଇତ୍ୟାଦି
ବିଭାଗ ତରଫରୁ ସଚେତନତା ସୃଷ୍ଟି କରାଯାଇଛି।

Leave A Reply

Your email address will not be published.