ସୋମପୁରରେ ଗଜଲକ୍ଷ୍ମୀ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

3

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକର ସୋମପୁର ଠାରେ ଗଜଲକ୍ଷ୍ମୀ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଆମ ଓଡ଼ିଆ ଜାତିର ଆଧ୍ୟାତ୍ମିକ ପରମ୍ପରାରେ ଗଜଲକ୍ଷ୍ମୀ ପୂଜା ଅନେକ ଗୁରୁତ୍ୱ ବହନ କରିବା ସହିତ ୧୨ ମାସରେ ୧୩ ପର୍ବ ପରି ଗ୍ରାମାଞ୍ଚଳରେ ଅନୁଷ୍ଠିତ ସାଂସ୍କୃତିକ ଉତ୍ସବ ଆମ ସମସ୍ତଙ୍କୁ ଏକତା ଓ ଭାଇଚାରାରେ ଯୋଡ଼ିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ପରିଡା, ଯୁବନେତା ସାରଦା ପ୍ରସାଦ ମହାନ୍ତି, ସମୀର ସ୍ୱାଇଁ, ନିକୁଞ୍ଜ ଓଝା, ବାପି ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମକର୍ତ୍ତା ମାନେ ମିଳିମିଶି ପରିଚାଳନା କରିଥିଲେ । ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.