ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକ ନୂଆଗାଁର ସାର୍ବଜନୀନ କାଳୀ ପୂଜା କମିଟି ପକ୍ଷରୁ ମା’ ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ପାଇଁ ମାଟି ପୂଜନ ଆଦ୍ୟ ପର୍ବ ଅନୁଷ୍ଠିତ ହୋଇଯାଇଛି । ରୀତିନୀତି ଅନୁସାରେ ନୂଆଗାଁର ଗାଦୀ ମହାପୁରୁଷ ଙ୍କ ନିକଟରୁ କର୍ତ୍ତା ରମେଶ ସ୍ୱାଇଁଙ୍କ ଦ୍ଵାରା ମାଟି ପୂଜନ କରାଯାଇ ଉତ୍ତୋଳନ କରାଯାଇଥିଲା । ବାଜା, ବାଣ, ରୋଷଣୀରେ ମାଟି କୁଡ଼ିଆ ମଣ୍ଡପ ନିକଟ ଶିବ ମନ୍ଦିରରେ ଆଣି ରଖାଯାଇଥିଲା । ଆସନ୍ତା କୋଡିଏ ତାରିଖ ଠାରୁ ପୁରାତନ ଅନୁଷ୍ଠାନ ସାର୍ବଜନୀନ କାଳୀ ପୂଜା କମିଟି ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଶେଷ ହୋଇଥିବା ବେଳେ, ଚଳିତ ବର୍ଷ ନିଆରା ଢଙ୍ଗରେ ଏହି ଭାଇଚାରାର କାଳୀ ପୂଜା ମହୋତ୍ସବ ସାତଦିନ ପାଳନ କରାଯିବ ବୋଲି ପୂଜାର ଉପଦେଷ୍ଟା ଡ଼ ତାମିଲ ପ୍ରଧାନ ସୂଚନା ଦେଇଛନ୍ତି । ମା’ ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ପାଇଁ ମାଟି ପୂଜନ କାର୍ଯ୍ୟକ୍ରମରେ ସଭାପତି ମକର ଧ୍ୱଜ ବିଶ୍ୱାଳ, ବିଜୟ ମହାନ୍ତି, କେଶବ ରାଉତ, ପ୍ରଶାନ୍ତ ଜେନା, ବିଭୁନା ରାଉତ, ରଞ୍ଜନ ବାରିକ, ଅଜିତ ଦାସ, ବାସୁଦେବ ସାହୁ, ଆଲେକଜାଣ୍ଡାର ଭୂୟାଁ, କାଳିଆ ରାଉତ, ହରି ବାହାଲିଆ, ପପୁନା ଦାସ, ବିଭୁ ବାରିକ, କାଳିଆ ଦାସ, ହରେକୃଷ୍ଣ ଭୂୟାଁ, ଟିକି ସାହୁ, ଅରୁଣ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.