ଓଡ଼ଗାଁ,୯।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଛାମୁ ସାହି ଠାରେ ଅବସ୍ଥିତ ଓଡ଼ଗାଁ ଆଦର୍ଶ ସମାଜ ଓ ଗୋପବନ୍ଧୁ ଯୁବକ ସଂଘ ଦ୍ବାରା ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ କାର୍ଯ୍ୟକ୍ରମରେ ଯୋଗଦେଇ ଛାମୁ ସାହି ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏବଂ ତତ୍କାଳୀନ ମାନବ ସମାଜ ପାଇଁ ଗୋପବନ୍ଧୁଙ୍କ ଆତ୍ମୀୟତା, ମାନବୀୟ ସହାୟତା ସମ୍ପର୍କରେ ଅବଗତ କରାଇବା ସହିତ ତାଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହେବାପାଇଁ ସମସ୍ତଙ୍କୁ କହିଥିଲେ । କାର୍ଯ୍ୟକ୍ରମରେ ସୁଶାନ୍ତ ସାହୁ, ଅଶୋକ ଦାଶ, ଅଚ୍ୟୁତ ପଣ୍ଡା, ଜଗନ୍ନାଥ ପାଣିଗ୍ରାହୀ, ଅମିୟ ନନ୍ଦ, ବରେନ୍ଦ୍ର ନନ୍ଦ, ରାଧା ରଞ୍ଜନ ଉପାଧ୍ୟାୟ, ସୁବାଷ ଚନ୍ଦ୍ର ସାହୁଙ୍କ ସହିତ ଅବସରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସତ୍ୟ ନାରାୟଣ ନାୟକ ପ୍ରମୁଖଙ୍କ ସହ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.