ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ରକ୍ତବିନ୍ଦୁ କାର୍ଯ୍ୟକ୍ରମ ।

3

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ): ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତ ଅନ୍ତର୍ଗତ ନୋଳସାହି ଗ୍ରାମର ନୋଳସହି ପ୍ରାଥମିକ ବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ପବିତ୍ର ମା ଗଜଲକ୍ଷ୍ମୀ ପୂଜା ଅବସରରେ ଆୟୋଜକ ମା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଗୁରୁବାର ଦିନ କେନ୍ଦ୍ରାପଡା ମେଡିକାଲ ପକ୍ଷରୁ ୩୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ଏହି ଶିବିରକୁ କମିଟିର ସଦସ୍ୟ ମାନଙ୍କ ଦ୍ୱାରା ପ୍ରଥମେ ଉଦଘାଟନ କରାଯାଇଥିଲା ଏବଂ ନହଙ୍ଗ ସମିତିର ଅଧ୍ୟକ୍ଷ ଭାଗିରଥି ସାହୁ ଯୋଗ ଦେଇଥିଲେ।ପ୍ରଥମେ ଗଙ୍ଗାଧର ମଲ୍ଲିକ ରକ୍ତ ଦାନ କରି ଶିବିରକୁ ଉତ୍ସାହ କରିଥିଲେ।ଶିବିରକୁ ସ୍ଥାନୀୟ ପଞ୍ଚାୟତର ରଘୁଦେଇପୁର , ନୋଳସାହି ଓ ରାଜନଗର ଗ୍ରାମର ଆୟୋଜକ ଦୈତାରୀ ଜେନା,ସୁବ୍ରଜିତ୍ ମଲ୍ଲିକ,ଧର୍ମେନ୍ଦ୍ର ସାହୁ,ମନୋଜ ସାମନ୍ତରାୟ,,ସୁଧାଂଶୁ ମଲ୍ଲିକ,ଭରତ ଚନ୍ଦ୍ର ସାହୁ,ସନ୍ତୋଷ ସାମଲ,କମଳାକାନ୍ତ ମଲ୍ଲିକ,ସରୋଜକାନ୍ତ ସାମନ୍ତରାୟ, ସ୍ୱୋତାଲିନା ମଲ୍ଲିକ,ପ୍ରତିମା ବାରିକ,ଭୂପେନ୍ଦ୍ର ମଲ୍ଲିକ ଓ ଅମରେନ୍ଦ୍ର ମଲ୍ଲିକ,ମୃତ୍ୟୁଞ୍ଜୟ ମଲ୍ଲିକ ଓ ପ୍ରବୀର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ସହଯୋଗ କରିଥିଲେ।।

Leave A Reply

Your email address will not be published.