ମାଆ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ଭିକ୍ଷା କଲେ ସୋରଡା ବିଧାୟକ

2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବର୍ତ୍ତମାନ ବିଭିନ୍ନ ଗ୍ରାମରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ବହୁ ଆଡମ୍ବରରେ ଚାଲିଥିବା ବେଳେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ବିଭିନ୍ନ ଗ୍ରାମ ତରଫରୁ ନିମନ୍ତ୍ରଣ ପତ୍ର ପାଇ ଆଜି ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି I ଆଜି ବିଧାୟକ ଶ୍ରୀ ବିଷୋୟୀ ବେଲଗୁଣ୍ଠା ବ୍ଳକ୍ ର ମଙ୍ଗଳପୁର ଗ୍ରାମରେ ହେଉଥିବା ମାଆ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ ବୁଲି ମାଆଙ୍କ ଦର୍ଶନ କରିଥିବା ବେଳେ ତାଙ୍କ ସହ ସୋରଡା ନିର୍ବାଚନ ମଣ୍ଡଳୀ ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକ,ଜିଲ୍ଳା ପରିଷଦ ପ୍ରାର୍ଥୀ ସଞ୍ଜୟ ଜେନା, ସରପଞ୍ଚ ପ୍ରାର୍ଥୀ କାର୍ତ୍ତିକ୍ ବିଷୋୟୀ, ସଂଗଠକ ଟୁକୁନା ଖଟେଇ,ନୀଳାଞ୍ଚଳ ଖଟେଇ, ବରିଷ୍ଠ ନେତା କାମରାଜୁ ସ୍ୱାଇଁ ଏବଂ ନାରାୟଣ ଗୌଡ଼ ଉପସ୍ଥିତ ଥିଲେ I ସେହିପରି ଧନୀଜାପଲ୍ଲୀ ଏବଂ ଜଗନ୍ନାଥପ୍ରସାଦ ରୋଡ଼୍ ରେ ହୋଇଥିବା ପୂଜା ମଣ୍ଡପରେ ବିଧାୟକ ଶ୍ରୀ ବିଷୋୟୀଙ୍କ ମାଆଙ୍କ ଦର୍ଶନ ସମୟରେ ତାଙ୍କ ସହିତ ଏନ୍ଏସି ସାଂସଦ ପ୍ରତିନିଧି ନାରାୟଣ ସାହୁ, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ବରିଷ୍ଠ ନେତା ମଲ୍ଲୀ ମହାପାତ୍ର, ଏନ୍ଏସି ବିଜେପି ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ ତ୍ରିପାଠି, ନଗରପାଳ ପ୍ରତିନିଧି ମହେନ୍ଦ୍ର ବେହେରା, ଯୁବ ସଂଗଠକ ଶଙ୍କର ପାତ୍ର ଏବଂ କୁନା ପତିଙ୍କ ସମେତ ବହୁ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ I ସେହିପରି ଆମ୍ବପୁଆ ଏବଂ ତନରଡା ଠାରେ ମଧ୍ୟ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜାରେ ବିଧାୟକ ଶ୍ରୀ ବିଷୋୟୀ ମାଆଙ୍କ ଦର୍ଶନ କରିଥିବା ବେଳେ ସେଠାରେ ବିଧାୟକଙ୍କ ସହିତ ପୂର୍ବତନ ସରପଞ୍ଚ ପ୍ରମୋଦ ପ୍ରଧାନ, ପୂର୍ବତନ ସମିତିସଭ୍ୟ କଂଗ୍ରେସ୍ ରାଉତ, ଯୁବ ସଂଗଠକ କୃଷ୍ଣ ଚନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲାପରିଷଦ ଗୋବର୍ଦ୍ଧନ ବେହେରା, ସରପଞ୍ଚ ଶିବ ଶଙ୍କର ସେଠୀ ଉପସ୍ଥିତ ଥିବା ବେଳେ ତନରଡା ଠାରେ କାହ୍ନା ସ୍ଵାଇଁଙ୍କ ସମେତ ବହୁ ଯୁବକ, ସ୍ଵେଚ୍ଛାସେବୀ,ଅଞ୍ଚଳବାସୀ ବିଧାୟକ ଶ୍ରୀ ବିଷୋୟୀଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିବା ସହିତ ଗ୍ରାମ ତରଫରୁ ସମ୍ମାନିତ କରିଥିଲେ I ବିଧାୟକ ଶ୍ରୀ ବିଷୋୟୀ ମାଆଙ୍କ ଦର୍ଶନ ସମୟରେ ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିବା ସହିତ ଅଞ୍ଚଳବାସୀଙ୍କ ପ୍ରଗତି, ଗ୍ରାମର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ I

Leave A Reply

Your email address will not be published.