ପ୍ରତ୍ୟେକ ପ୍ରତିଯୋଗୀ ଜଣେ ଜଣେ ବିଜେତା:ବିଇଓ

3

ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ ବିଜ୍ଞାନ ସେମିନାର୍ 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ ବିଜ୍ଞାନ ସେମିନାର୍ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ଉଦ୍ଘାଟନ କରିବା ସହିତ ସେମିନାର୍ ରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗୀ ଜଣେ ଜଣେ ବିଜେତା ବୋଲି ନିଜର ବକ୍ତବ୍ୟ ରଖିଥିଲେ I କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ ଏବଂ ଘୂ. ନୁଆଁଗାଆଁ ଡକ୍ଟର୍ ସଦାନନ୍ଦ ତ୍ରିପାଠି ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ବିଷୋୟୀ ମଞ୍ଚାସୀନ ରହି ସାମ୍ପ୍ରତିକ ସମୟରେ ବିଜ୍ଞାନର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଅନୁଷ୍ଠିତ ସେମିନାର୍ ରେ କ୍ୱାଣ୍ଟମ୍ ଏଜ୍ ବିଗିନସ୍ : ପୋଟେନସିଆଲ୍ ଆଣ୍ଡ୍ ଚାଲେଞ୍ଜସ୍ ଶୀର୍ଷକ ଉପରେ ପ୍ରତିଯୋଗୀ ମାନେ ନିଜ ନିଜର ନିବନ୍ଧ ଉପସ୍ଥାପନ କରିଥିଲେ I ସେମିନାର୍ ରେ ବ୍ଲକ୍ ର ୨୯ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ବିଚାରକ ରୂପେ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ଡ.ଇଂ.ରବିନାରାୟଣ ପାତ୍ର ଏବଂ ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପକ ଡ.ରଞ୍ଜତ କୁମାର ଦାସ ଯୋଗଦେଇ ଛାତ୍ରଛାତ୍ରୀଙ୍କ ନିବନ୍ଧ ଏବଂ ଉପସ୍ଥାପନ ଶୈଳୀର ମୂଲ୍ୟାୟନ କରିଥିଲେ I ଅନୁଷ୍ଠିତ ସେମିନାର୍ ରେ ପ୍ରତାପଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରଥମ ସ୍ଥାନ ହାସଲ କରି ଶୁକ୍ରବାର ଦିନ ବ୍ରହ୍ମପୁର ଗୋଷାଣି ନୂଆଁଗାଁ ସ୍ଥିତ କେ.ସି ଟାଉନ୍ ହାଇସ୍କୁଲ୍ ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଳା ସ୍ତରୀୟ ବିଜ୍ଞାନ ସେମିନାର୍ ରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ I ସେହିପରି ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଖୁସି ସାହୁ ଏବଂ ବେଲଗୁଣ୍ଠା ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅର୍ଚ୍ଚନା ମିଶ୍ର ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିଲେ I କାର୍ଯ୍ୟକ୍ରମରେ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ I

Leave A Reply

Your email address will not be published.