ଘାନାରେ ଓଡିଆ ଯୁବକ ମୃତ; ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଫେରିଲା ମରଶରୀର

1

ଭୁବନେଶ୍ବର, ୦୯।୧୦ – ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଘାନାରେ ମୃତ ଓଡିଆ ଯୁବକ ପରମେଶ୍ବର ନାୟକଙ୍କ ମରଶରୀର ଆଜି ତାଙ୍କ ଜନ୍ମମାଟିରେ ପହଞ୍ଚିଛି| ପରମେଶ୍ବରଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଘାନାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଶ୍ରୀ ପଣ୍ଡା ଏକ ପତ୍ର ଲେଖି ନିବେଦନ କରିଥିଲେ ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବଡତଇଲା ଗ୍ରାମର ପୟୋଧର ନାୟକଙ୍କ ପୁଅ ପରମେଶ୍ବର ନାୟକ ଘାନର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ| ସେଠାରେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥବା କମ୍ପାନୀ କତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ| ପରମେଶ୍ବରଙ୍କ ପତ୍ନୀ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ସହ ବକେୟା ପ୍ରାପ୍ୟ ଯୋଗାଇଦେବାକୁ ନିବେଦନ କରିଛନ୍ତି। ଆଜି ମରଶରୀର ଜନ୍ମମାଟିକୁ ଫେରିବା ପରେ ପୁରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା| ସାଂସଦ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ଆଳି ବିଜେପି ବିଧାୟକ ପାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡା ବଡତଇଲାରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକଶଂତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି| ଦୂତାବାସର ତ୍ଵରିତ ପଦକ୍ଷେପ ପାଇଁ ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇଛନ୍ତି|

Leave A Reply

Your email address will not be published.