ଅସ୍ତରଙ୍ଗ,,ପୁରୀଜିଲ୍ଲା ରେ ଥିବା ବିଭିନ୍ନ ପୂଜା ଅନୁଷ୍ଠାନ ମଧ୍ୟରେ ଅସ୍ତରଙ୍ଗର ଅଗ୍ରଣୀ ଅନୁଷ୍ଠାନ ମାଆ ଲକ୍ଷ୍ମୀ କ୍ଳବ ଅନ୍ୟତମ l ଚଳିତ ବର୍ଷ କ୍ଳବ ଦ୍ୱାରା ଆୟୋଜିତ ହୋଇଛି ୪୫ତମ ଗଜଲକ୍ଷ୍ମୀ ପୂଜା। ସୋମବାର ସକାଳୁ ପୂଜକ ସଞ୍ଜୟ ମହାପାତ୍ର ଙ୍କ ପୌରହିତରେ କର୍ତ୍ତା ସରୋଜ ପ୍ରଧାନ (ଜଗା )ଏବଂ ଅନୁଷ୍ଠାନ ର ଅନ୍ୟ ସଦସ୍ୟ ମାନେ ଭଉଁରିଆ ନଦୀ ତୁଠ ରୁ କଳସ ରେ ପାଣି ତୋଳି ପଟୁଆର ରେ ପୂଜା ମଣ୍ଡପ ଆଣିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ପୂଜକ ଶ୍ରୀ ମହାପାତ୍ର, ଦେବାଶିଷ ଦାଶ, ତପନ ଆଚାର୍ଯ୍ୟ ମନ୍ତ୍ର ପାଠ ରେ ଦିନସାରା ପୂଜା ମଣ୍ଡପ ପ୍ରକମ୍ପିତ ହୋଇଥିଲା। ପୂଜା ପରେ ସନ୍ଧ୍ୟା ରେ ପୁଷ୍ପାଞ୍ଜଳି ଓ଼ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ପରେ ଦୁଇ ହଜାର ରୁ ଅଧିକ ଲୋକ ପ୍ରସାଦ ସେବନ କରିଥିଲେ। ଏଠାରେ ସୂଚନା ଥାଉକି ଲଘୁଚାପ ଜନିତ ବର୍ଷା ଲାଗିରହିବା କାରଣ ରୁ ଚଳିତ ବର୍ଷ ଛଅ ଟି ନାଟ୍ୟ ଅନୁଷ୍ଠାନ କୁ ନେଇ ହେବାକୁ ଥିବା ନାଟ୍ୟ ପ୍ରତିଯୋଗିତା ଏହି ମାସ ୧୭ ତାରିଖ ରୁ ଆରମ୍ଭ ହୋଇ ୨୩ ତାରିଖ ରେ ସରିବ ବୋଲି ନାଟ୍ୟ ସମ୍ପାଦକ ଦେବାଶିଷ ବାରିକ ସୂଚନା ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.