ପଦ୍ମପୁରର ବହୁବର୍ଷର ସ୍ବପ୍ନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନକୁ ସାକାର କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ଼. ପ୍ରଧାନ

2

ଝାରବନ୍ଧ – ମନୋହର ଦାଶ: ଏନ. ଜି. ଓ. ସାମାଜିକ ସ୍ବେଛାସେବୀ ଅନୁଷ୍ଠାନ “ପ୍ରୟାସର’ ସଭାପତି ଶ୍ରୀଯୁକ୍ତ ପ୍ରକାଶ କୁମାର ମେହେରଙ୍କର ଅଧ୍ୟକ୍ଷତାରେ ପଦ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଅନୁମୋଦନନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ପଦ୍ମପୁର ଭଳି ପଛୁଆ ଅଞ୍ଚଳର ଗରିବ ମେଧାବୀ ଛାତ୍ର ମାନଙ୍କର ଆବଶ୍ୟତା କୁ ନେଇ ତତ୍କାଳୀନ ସମୟରେ ଅର୍ଥାତ 2015 ମସିହା ରେ ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ବର୍ତମାନର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗଙ୍କ ନେତୃତ୍ୱରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲା ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ଆଜି ତାହା ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ସାଂସଦ ପ୍ରଦୀପ ପୁରୋହିତ, ବର୍ତମାନର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଳିଙ୍ଗ ଏ ପଛୁଆ ଅନୁନ୍ନତ ଅଂଚଳରେ ଶିକ୍ଷାର ବିକାଶ ପାଇଁ ଯୋଉ କେନ୍ଦ୍ରୀୟ ବିଦ୍ୟାଳୟ ଅନୁମୋଦନ ପାଇଁ ପ୍ରୟାସ କରିଛନ୍ତି ସେଥିପାଇଁ ପ୍ରୟାସ ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଉଛି l ବୈଠକରେ ଅଭୟ ନାୟକ,ଇନ୍ଦ୍ରମଣି ପୁରୋହିତ,ସରୋଜ ମେହେର, ଦିଲ୍ଲୀପ ବାରିକ, ସରୋଜ ପ୍ରଷାଦ ଷଡ଼ଙ୍ଗୀ, ଅଶୋକ ବହିଦାର ଓ ବହୁ ସଦସ୍ୟ ଉପସ୍ଥିତ ଥିଲେ l

Leave A Reply

Your email address will not be published.