ବାରିପଦାରୁ ଗୌର ଦାସ ଗିରି: – ପବିତ୍ର ବିଜୟା ଦଶମୀ ଏବଂ ଗାନ୍ଧି ଜୟନ୍ତୀର ଶୁଭ ଅବସରରେ ବାରିପଦାର ସ୍ୱନାମଧନ୍ୟ ନାଟ୍ୟାନୁଷ୍ଠାନ “ରୂପାନ୍ତର” ର ପରବର୍ତ୍ତୀ ନାଟକ “ନିସ୍ତବ୍ଧ ସାହାନାଇ” ର ଶୁଭ ମହୁରତ ସ୍ଥାନୀୟ ହରିହର କଳା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଅଛି I ଏଥିରେ ଅନୁଷ୍ଠାନର ଅଭିଜ୍ଞ ଅଭିନେତା, ଅଭିନେତ୍ରୀମାନେ ଅଭିନୟ କରିବେ । ନାଟକଟିକୁ ରଚନା କରିଛନ୍ତି ଓଡ଼ିଶାର ପ୍ରତିଷ୍ଠିତ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଓ ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ପରେଶ ଚନ୍ଦ୍ର ସାହୁ। ନାଟକଟି ଆସନ୍ତା ନଭେମ୍ବର ମାସ ୨୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ଛଅ ଦିନ ବ୍ୟାପୀ ସ୍ଥାନୀୟ ଶହୀଦ ଭବନଠାରେ ରୂପାନ୍ତର ଦ୍ବାରା ଆୟୋଜିତ ହେବାକୁ ଥିବା ବହୁଭାଷୀ ନାଟକ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପରିବେଷିତ ହେବ। ଉକ୍ତ ନାଟକ ମହୋତ୍ସବର ସାମଗ୍ରୀକ ସଫଳତା ନିମିତ୍ତ ମୟୁରଭଞ୍ଜର କଳାପ୍ରେମୀ ଜନସାଧାରଣଙ୍କୁ ଆକୁଣ୍ଠ ଚିତ୍ତରେ ସାହାଯ୍ୟ ସହାନୁଭୂତିର ହାତ ବଢ଼ାଇବାକୁ ରୂପାନ୍ତରର ଅଧ୍ୟକ୍ଷ ଵୀରେନ୍ଦ୍ରନାଥ ସାହୁ ତଥା ଉପାଧ୍ୟକ୍ଷା ଡକ୍ଟର ଦମୟନ୍ତୀ ବେଶ୍ରା ବିନମ୍ର ନିବେଦନ କରିଛନ୍ତି। ଏହି ବହୁଭାଷୀ ନାଟକ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସୁପରିଚିତ ନାଟ୍ୟାନୁଷ୍ଠାନ ଓଡ଼ିଆ, ବଙ୍ଗଳା, ସମ୍ବଲପୁରୀ, ହିନ୍ଦୀ, ସାନ୍ତାଳୀ ପ୍ରଭୃତି ବିଭିନ୍ନ ଭାଷାରେ ମନରଞନଧର୍ମୀ ଉଚ୍ଚକୋଟୀର ନାଟକମାନ ମଞ୍ଚସ୍ଥ କରିବେ ବୋଲି ଅନୁଷ୍ଠାନର ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.