ରାଉରକେଲା ପାନପୋଷ ବସ୍ତି ରେ ପୋଲିସ୍ ଦ୍ବାରା ବେଆଇନ୍ ବାଣ ଜବତ୍

2

ରାଉରକେଲା:(ବସନ୍ତ କୁମାର ଜେନା):, ଗତ ସେପ୍ଟେମ୍ବର ୧୮ ତାରିଖ ଦିନ ରଘୁନାଥପାଲ୍ଲୀ ଥାନା ଏସ୍ଆଇ ଏଚ୍.ପ୍ରଧାନ ପୋଲିସ୍ କର୍ମଚାରୀଙ୍କ ସହିତ ରାଉରକେଲାର ପାନପୋଷ ବସ୍ତିରେ ଏକ ବେଆଇନ ବାଣ ମାମଲା ଚିହ୍ନଟ କରିଥିଲେ। ଅଭିଯୁକ୍ତ ପବନ କୁମାର ଚୌରାସିଆ ପର୍ବପର୍ବାଣୀ ଋତୁରେ ରାଉରକେଲା ବଜାରରେ ବିକ୍ରୟ ଉଦ୍ଦେଶ୍ୟରେ କୌଣସି ଲାଇସେନ୍ସ ନଥାଇ ବେଆଇନ ଭାବରେ ବାଣ ରଖି ବିକ୍ରୟ କରୁଥିବାର ଜଣାପଡ଼ିଥିଲା।ଏହି ଘଟଣାରେ ପାନପୋଷ ବସ୍ତିର ଅଭିଯୁକ୍ତ ପବନ କୁମାର ଚୌରାସିଆ (୪୨)ଙ୍କୁ ଗିରଫ କରାଯିବା ସହିତ ୪୦ ପ୍ୟାକେଟ ମେଗା ଏଲିଫ୍ୟାଣ୍ଟ, ୩ ବଣ୍ଡଲ ତାଜ୍ ଜାଏଣ୍ଟ କ୍ରାକର, ୪୮ ପ୍ଯାକେଟ୍ ଫ୍ଲାଓ୍ବାର ଅଶୋକା, ୪୦ ପକେଟ ଫ୍ଲାଓ୍ବାର ପଟ୍, ୪୦ ପ୍ଯାକେଟ୍ କିଟ୍ କ୍ୟାଟ୍, ୧୦ ପ୍ଯାକେଟ୍ ଗ୍ରାଉଣ୍ଡ କ୍ରାକର, ୨ ପ୍ଯାକେଟ୍ ସ୍କାଏ ଜେଲ୍, ୧୦ ପ୍ଯାକେଟ୍ ସନସାଇନ୍ ପାଇରୋ ଇଣ୍ଡିଆ, ୧୩ ପ୍ଯାକେଟ୍ ଗ୍ରୀନ୍ ସ୍ପାର୍କଲର୍, ୬ ପ୍ଯାକେଟ୍ ସନ୍ କିଙ୍କର୍, ୯୫୦ ପ୍ଯାକେଟ୍ ନମ୍ବର-୧ କ୍ରାକଲି, ୭ ପ୍ଯାକେଟ୍ ସୁପର ମେଗା ବୁଲେଟ୍, ୪ ପ୍ଯାକେଟ୍ ଲୋର ପ୍ଯାଟ୍ ଅଶୋକା ଜବତ କରାଯାଇଛି। ଅଭିଯୁକ୍ତ ପବନ କୁମାର ଚୌରାସିଆ (୪୨) ବିରୋଧରେ ବିଏନ୍ଏସର ୨୮୮ ଧାରା ଏବଂ ଓଡିଶା ଫାୟାର ଓ୍ବାର୍କସ ଆଣ୍ଡ ଲାଉଡସ୍ପିକର୍ (ରେଗୁଲେସନ) ଆକ୍ଟ ସେକ୍ସନ-୫ ଏବଂ ଇଣ୍ଡିଆନ ଏକ୍ସପ୍ଲୋସିଭ ଆକ୍ଟ ସେକ୍ସନ-୯(ବି) (୧)ବି ଅନୁଯାୟୀ ରଘୁନାଥପାଲ୍ଲୀ ଥାନା ମାମଲା ୫୬୧/୨୦୨୫ ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି

Leave A Reply

Your email address will not be published.