ଆଳିରେ ପୋଲିସଙ୍କ ବଡ଼ ସଫଳତା ପେଟ୍ରୋଲ ଟ୍ୟାଙ୍କରରୁ ଜବତ ୯ଟି ଗାଈ ।

2

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡା ଜିଲ୍ଲାର ଆଳି ଅଞ୍ଚଳରେ ପୋଲିସ ଆଜି ଗୋଟିଏ ବଡ଼ ସଫଳତା ହାସଲ କରିଛି। ଗୁପ୍ତ ସୂଚନାର ଆଧାରରେ ଆଳି ପୋଲିସ ଟିମ୍ ଦ୍ୱାରା ଆଜି ପ୍ରାୟ ୧ ଘଣ୍ଟିକା ସମୟରେ ବିଶେଷ ଅଭିଯାନ ଚଳାଇଥିଲେ। ଏହି ଅଭିଯାନ ସମୟରେ ପୋଲିସ ଜବତ କରିଛନ୍ତି ଗୋଟିଏ ପେଟ୍ରୋଲ ଟ୍ୟାଙ୍କର ଟ୍ରକ୍।
ଦେଖିବାକୁ ସାଧାରଣ ପେଟ୍ରୋଲ ବାହନ ଲାଗୁଥିବା ସେହି ଟ୍ୟାଙ୍କର ଭିତରେ ଲୁଚାଇ ରଖାଯାଇଥିଲା ୯ଟି ଗାଈ। ଏହାରୁ ସ୍ପଷ୍ଟ ହେଉଛି, ଗାଈମାନଙ୍କୁ ଅବୈଧ ଭାବରେ ପରିବହନ କରାଯାଉଥିଲା।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣା ସ୍ଥଳରୁ ଟ୍ୟାଙ୍କରକୁ ଜବତ କରାଯାଇଛି। କିନ୍ତୁ ଚାଳକ ଓ ସହଚାଳକ ପୋଲିସଙ୍କୁ ଦେଖି ପଳାଇବାରେ ସଫଳ ହୋଇଥିବା କୁହାଯାଉଛି।
ଏହାକୁ ନେଇ ପୋଲିସ ପକ୍ଷରୁ ଘଟଣାରେ ଜଡିତ ଲୋକମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ଏହି ଅବୈଧ ଗୋରୁ ପରିବହନ ଚକ୍ରାନ୍ତ ପଛରେ କାହାର ହାତ ରହିଛି, ସେଥିରେ ପୋଲିସ ମୁଖ୍ୟ ଗୁରୁତ୍ୱ ଦେଇ କାମ କରୁଛନ୍ତି।
ସ୍ଥାନୀୟ ଲୋକମାନଙ୍କ କଥା ଅନୁସାରେ, ଏହି ପ୍ରକାରର ଅବୈଧ ଗୋରୁ ପରିବହନ ପୂର୍ବରୁ ମଧ୍ୟ ହୋଇ ଆସୁଥିଲା, କିନ୍ତୁ ଆଜି ପୋଲିସଙ୍କ ସଚେତନତା ଓ ସଫଳତାରେ ଏହା ଫାଶ ହୋଇଛି।ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଥିବା ସହ, ସାଧାରଣ ଲୋକ ପୋଲିସଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

Leave A Reply

Your email address will not be published.