ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଏନ୍ଏସି ଏବଂ ବ୍ଳକ୍ ର ବିଭିନ୍ନ ପୂଜା ମଣ୍ଡପରେ ମହା ଆଡମ୍ବରରେ ଦଶଭୂଜା ମାଆ ଦୂର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଛି I ମହା ସପ୍ତମୀ ଠାରୁ ଏହି ପୂଜା ଆରମ୍ଭ ହୋଇଛି I ବେଲଗୁଣ୍ଠା ସହରର କଂସାରୀ ସାହି ଏବଂ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପରିସରରେ ରୀତିନୀତି ମୁତାବକ ଦୂର୍ଗା ପୂଜା ଅନୁଷ୍ଠିତ ହୋଇଯାଇଛି I କଂସାରୀ ସାହି ବାସୀନ୍ଦା ଅବିନାଶ ଚୌଧୂରୀଙ୍କ ପୌରୋହିତ୍ୟରେ କଂସାରୀ ସାହିରେ ଅନୁଷ୍ଠିତ ପୂଜା ମଣ୍ଡପରେ ରାଧାନାଥ ପତି ଏବଂ ପଞ୍ଚାନନ ପତି ପୁରୋହିତ ଦାୟିତ୍ୱ ତୁଲାଇ ଥିଲେ I ସେହିପରି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ କର୍ତ୍ତଭାବେ ଏସ ଡ଼ି ଇ ଓ ସୁରୋଜ୍ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶୁଭକାନ୍ତ ପତି ପୁରୋହିତ ଦାୟିତ୍ୱ ତୁଲାଇ ଥିଲେ I ସୋରଡା ବିଧାୟକ ନୀଳମଣି ବିଷୋୟୀ,ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ ପ୍ରମୁଖ ଦୁଇ ପୂଜା ମଣ୍ଡପରେ ଦେବୀଙ୍କ ଦର୍ଶନ କରିଥିଲେ I ସେହିପରି ବେଲଗୁଣ୍ଠା ବ୍ଳକ୍ ର କଣ୍ଟେଇପଲ୍ଲୀ ମା ଉଖୁଡେଇ ବଣିକ ସଂଘ ତରଫରୁ କଣ୍ଟେଇପଲ୍ଲୀ ଛକରେ, ବିଦ୍ୟୁତ୍ ବିଭାଗ ତରଫରୁ କ୍ଷତ୍ରିୟବରପୁର ସବ୍ ଷ୍ଟେସନ୍ ରେ ଦୂର୍ଗା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଗାଙ୍ଗପୁର ଏମବିଏସ୍ କୋଲା ୟୁନିଟ୍ ପରିସରରେ ପରିଚାଳନା ନିର୍ଦ୍ଦେଶକ ବସନ୍ତ କୁମାର ବିଷୋୟୀଙ୍କ ପୌରୋହିତ୍ୟରେ ଜଗଜ୍ଜନନୀ ମାଆ ଦୂର୍ଗାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି I ପୂଜାମଣ୍ଡପ ଗୁଡିକ ନିକଟରେ ପ୍ରତ୍ୟହ ସନ୍ଧ୍ୟାରେ ଅନୁଷ୍ଠିତ ସଂକୀର୍ତ୍ତନ, ଭଜନ ସମାରୋହ, ମେଲୋଡ଼ି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମାଆଙ୍କ ଦର୍ଶନ ପାଇଁ ଭିଡ଼ ଲାଗୁଥିବା ଦେଖିବାକୁ ମିଳିଛି I ସୋରଡା ବିଧାୟକ ନୀଳମଣି ବିଷୋୟୀ ବ୍ଳକ୍ ର ସମସ୍ତ ପୂଜାମଣ୍ଡପରେ ଦେବୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ଜନସାଧାରଣଙ୍କ ସୁଖସମୃଦ୍ଧି କାମନା କରିଛନ୍ତି I ଗାଙ୍ଗପୁର ଏମବିଏସ୍ କୋଲା ୟୁନିଟ୍ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ପାରମ୍ପରିକ ଶିଙ୍ଗ ବାଜା ପଟୁଆରରେ ଦେବୀଙ୍କ ବିସର୍ଜ୍ଜନ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ରବିବାର ଦିନ ବିସର୍ଜ୍ଜନ ଅନୁଷ୍ଠିତ ହେବ ବୋଲି ବିଭିନ୍ନ ପୂଜା କମିଟି ପକ୍ଷରୁ ସୂଚନା ମିଲିଛି I
Sign in
Sign in
Recover your password.
A password will be e-mailed to you.