ଜୁଆ ଆଡ୍ଡା ଉପରେ ଭଞ୍ଜନଗର ପୋଲିସ୍ ର ଘନ ଘନ ଚଢ଼ାଉ ଓ ଲକ୍ଷାଧିକ ଟଙ୍କା ସହ ଅନେକ ମୋବାଇଲ୍ ଜବତ

2

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଭଞ୍ଜନଗର ସହର ଅଞ୍ଚଳ ରେ ଶାନ୍ତି ନିରାପତ୍ତା ବଜାୟ ରଖିବାକୁ ବିଶୃଙ୍ଖଳା ପରିସ୍ଥିତି କୁ ଏଡାଇବାକୁ ଯାଇ ସ୍ଥାନୀୟ ପୋଲିସ ଜୁଆ ଖେଳ ସ୍ଥାନରେ ଚଢାଉ ଵରା ବର୍ ଜାରି ରଖିଛି। ଏବଂ ଏଯାବତ ଲଗାତାର ଚଢାଉରେ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ନଗଦ ଟଙ୍କା ମଧ୍ୟ ଜବତ କରିଛି। କ୍ରମାଗତ ଭାବରେ ଭଞ୍ଜନଗର, ନିଧିଆ ପଲ୍ଲୀ, ଗାମୁଣ୍ଡି ବ୍ରିଜ୍, ବଡଧୋବା ସାହି ଓ ଶିଶୁ ଉଦ୍ୟାନ ପାର୍କ ଛକ ସାହିରୁ ଭିନ୍ନ ଭିନ୍ନ ୧୦.୭୦୦/ ୪୦,୩୦୦ / ୧୩.୨୫୦ / ୧୩.୩୫୦ / ୪୫,୪୭୦ ଟଙ୍କା ଜବତ କରିଛି।

ଭଞ୍ଜନଗର ଅଞ୍ଚଳରେ ଜୁଆ ଖେଳ ରୋକିବାକୁ ପୋଲିସ ପକ୍ଷରୁ ରୀତିମତ ଭାବରେ ଘନ ଘନ ଚଢ଼ାଉ ଜାରି ରହିଛି। ତଥାପି ଅମାନିଆ ସୂଧୁରିଵାକୁ ନାରାଜ୍ ।ଅନେକ ପୋଲିସ ହାତରେ ମଧ୍ୟ ଧରା ପଡିଲେଣି। ତତ୍ ସହିତ ଅନେକ ମୋବାଇଲ୍ ଫୋନ୍, କିଛି ମଟର ସାଇକେଲ, ମଧ୍ୟ ଜବତ କରାଯାଇଥିବା ସୁଚନା ମିଳିଛି। ହେଲେ ମଧ୍ୟ ଜୁଆଡ଼ି ମାନେ ଲୁଚିଛପି ନିଜ ଚେଷ୍ଟା ଜାରି ରଖିଛନ୍ତି। ସୁଚନା ଯୋଗ୍ୟ ଗତକାଲି ରାତିରେ ଭଞ୍ଜନଗର ପୋଲିସ ପକ୍ଷରୁ ସ୍ଥାନୀୟ ବଡ଼ ଧୋବା ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରା ଯାଇଥିଲା। ସେଠାରୁ ମୋଟ ୧୨ଜଣ ଜୁଆଡ଼ି ଙ୍କୁ ଗିରଫ କରିଥିବା ବେଳେ ୪୦,୩୦୦ ଟଙ୍କା ଓ ୧୫ ଟି ମୋବାଇଲ ଜବତ କରିଛି ଭଞ୍ଜନଗରେ ପୋଲିସ।ଏହି ଘଟଣାରେ ୧୧୧୮/୨୫ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।

Leave A Reply

Your email address will not be published.