ସୁବର୍ଣ୍ଣପୁର, ଶାସକ ପ୍ରଶାସକ: (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ବସ ଷ୍ଟାଣ୍ଡ ଠାରେ ନୂତନ ବସ ଷ୍ଟାଣ୍ଡ ଗୃହ ନିର୍ମାଣ ପାଇଁ ଉପ-ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଦ୍ୱାରା ଶିଳାନ୍ୟାସ ଆଜି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ମାନ୍ୟବର ସାଂସଦ, ବଲାଙ୍ଗିର,ସଙ୍ଗୀତା କୁମାରୀ ସିଂହ ଦେଓ, ଜିଲ୍ଲାପାଳ ଡ଼ ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ, ସୋନପୁର ପୌର ପରିଷଦର ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ ଓ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ବେଣୁଧର ଦାଶ ଉପସ୍ଥିତ ଥିଲେ ଓ ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ମଞ୍ଚାସିନ ଥିଲେ। ଏହି ସାଧାରଣ ସଭାର ସମସ୍ତ ମଞ୍ଚାସିନ ଅତିଥି ଓ ଉପସ୍ଥିତ ଜନସାଧାରଣ ଓ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ସ୍ଵାଗତ ଜଣାଇଥିଲେ। ସାଧାରଣ ସଭାରେ ମାନ୍ୟବର ଉପ ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସଂଗୀତା କୁମାରୀ ସିଂହ ଦେଓ ସମବେତ ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ। ଏହି ଶିଳାନ୍ୟାସ ବା ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଚାଳିକା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ତଥା ସୁବର୍ଣ୍ଣପୁର ଜିଲ୍ଲାର ଜୟଶ୍ରୀ ଲକ୍ଷ୍ମୀ, ଶୁଭ୍ରଜିତ ଦାଶ, ବ୍ଲକ ସୂପରଭାଇଜର, ରାଜ୍ୟ ସଡ଼କ ପରିବହନ ନିଗମ, ସୁବର୍ଣ୍ଣପୁର ଜିଲ୍ଲାର ଅଧିକ୍ଷଣ ଯନ୍ତ୍ରୀ,ଓଡ଼ିଶା ବ୍ରିଜ ନିର୍ମାଣ ନିଗମ ସୁନା ମୁର୍ମୁ, କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ସାହୁ ଓ ଅବନୀ ଶଙ୍କର ନାୟକ ଉପସ୍ଥିତ ରହି ସଭାର ଆୟୋଜନ କରିଥିଲେ। ପ୍ରଦ୍ମ୍ୟୁମ୍ନ କୁମାର ସାହୁ ସାଧାରଣ ପରିଚାଳନା କରିଥିଲେ ଓ ସଭା ଶେଷରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ମଞ୍ଚାସିନ ସମସ୍ତ ଅତିଥି, ଉପସ୍ଥିତ ଜନସାଧାରଣ ଓ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.