ସୋହେଲା ସାର୍ବଜନୀନ ଦୁର୍ଗାପୂଜାରେ ମୋଟରସାଇକେଲ ଚୋରି

0 2

ସୋହେଲା :-ବରଗଡ଼ ଜିଲ୍ଲା ସୋହେଲାରେ ଚାଲୁଥିବା ସାର୍ବଜନୀନ ଦୁର୍ଗାପୂଜା ମେଳାରେ ଗୋଟିଏ ମୋଟରସାଇକେଲ ଚୋରି ହେବାର ଘଟଣା ସାମ୍ନାକୁ ଆସିଛି। ବିଜେପୁର ବ୍ଲକ ତାଳପଦର ଗ୍ରାମର ଶମ୍ଭୁ ସାହୁ (ପିତା–କିଶୋର ସାହୁ)ଙ୍କ ମୋଟରସାଇକେଲ (ନମ୍ବର OR–03G–2252) ଗତକାଲି ସନ୍ଧ୍ୟାରେ ଅଜଣା ଚୋରମାନଙ୍କ ଦ୍ୱାରା ଚୋରି ହୋଇଯାଇଛି।
ସାହୁ ମହାଶୟ ସାଙ୍ଗ ସହିତ ପୂଜା ମଣ୍ଡପ ଦର୍ଶନ କରିବାକୁ ଯାଇଥିଲେ। ସେ ମଣ୍ଡପ ପାଖରେ ଗାଡିକୁ ପାର୍କ କରିଥିଲେ, କିଛି ସମୟ ପରେ ଫେରିଥିବା ବେଳେ ଗାଡି ନଥିବାକୁ ଦେଖିଥିଲେ। ଚାରିପାଖରେ ସନ୍ଧାନ କରିଲେମଧ୍ୟ କୌଣସି ସୂତ୍ର ମିଳିନଥିଲା।
ଘଟଣାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଛି। ପୂଜା ପରବ ଦିନରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିବା ସତ୍ତେ, ମେଳା ପ୍ରାଙ୍ଗଣରୁ ଗାଡି ଚୋରି ହୋଇଯିବାରେ ସୁରକ୍ଷା ବ୍ୟବସ୍ଥା ପ୍ରଶ୍ନଚିହ୍ନରେ ପଡ଼ିଛି।
ସ୍ଥାନୀୟ ଲୋକଙ୍କ ମତାନୁସାରେ, ପୂଜା ମଣ୍ଡପ ଓ ମେଳା ପ୍ରାଙ୍ଗଣରେ ବିଶେଷ ପାର୍କିଂ ବ୍ୟବସ୍ଥା ଏବଂ ସୁରକ୍ଷା ପାଇଁ ପୋଲିସ ପାଟ୍ରୋଲିଂ ଆବଶ୍ୟକ। ନହେଲେ ଏପରି ଚୋରି ଘଟଣା ଆଗାମୀ ଦିନରେ ଅଧିକ ବଢ଼ିପାରେ।

Leave A Reply

Your email address will not be published.