ଝାରବନ୍ଧ – ମନୋହର ଦାଶ: ବରଗଡ଼ ଜିଲ୍ଲା ର ସର୍ବପୁରାତନ ଶିକ୍ଷାନୁଷ୍ଠାନ ତଥା ବ୍ରିଟିଶ ଅମଳ ରେ ସ୍ଥାପିତ ହୋଇଥିବା ପଦମପୁର ରାଜ ବୋରାସମ୍ବର ହାଇସ୍କୁଲ ର 1988 ମସିହା ବ୍ୟାଚ ର ବନ୍ଧୁମିଲନ ଅନୁଷ୍ଠିତ ହୋଯାଇଛି।ମହୁଲପାଳି ନିକଟସ୍ତ ଅଙ୍ଗନଦୀ ପାଖ ରେ ଥିବା ସ୍କୁଲ ସାଥୀ ଶ୍ରୀ ବ୍ରଜମୋହନ ସାହୁଙ୍କ ଆମ୍ବ ବଗିଚା ରେ 50 ରୁ ଉର୍ଦ୍ଧ୍ବ ବନ୍ଧୁ ଏକାଠି ହୋଇଥିଲେ ।ବନ୍ଧୁ ମାନେ ଏକତ୍ରିତ ହୋଇ ନିଜ ନିଜ ମଧ୍ୟରେ ଭାବ ର ଆଦାନ ପ୍ରଦାନ କରିବା ସହ ପୁରୁଣା ସ୍ମୃତି କୁ ମନେ ପକାଇଥିଲେ । ପରେ ବନ୍ଧୁ ମାନେ ଏକାଠି ହୋଇ ଏକ ସଭା ର ଆୟୋଜନ କରାଯାଇଥିଲା।ଏହି ବନ୍ଧୁ ମିଲନ ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ୟାବିନେଟ୍ ମନ୍ତ୍ରୀ ମୁକେଶ ମହାଲିଂ ,ଶିକ୍ଷାବିତ୍ ପ୍ରକାଶ ମେହେର,ଇନ୍ଦ୍ରମଣି ପୁରୋହିତ, ରଘୁନାଥ ପୁରି,ଭବାନୀ ଶଙ୍କର ପଣ୍ଡା,ପ୍ରମୋଦ ପଣ୍ଡା ,ଦିଲୀପ ବାରିକ,ଅଭୟ ନାଏକ ,ଜଗନ୍ନାଥ ଦୀପ,ସମାଜ ସେବୀ ଉତ୍ତମ ନନ୍ଦ,ସରୋଜ ଷଡଙ୍ଗୀ,ସରୋଜ ମେହେର,ଇଞ୍ଜିନିୟର ସଞ୍ଜୀବ ପୁରୋହିତ,ପ୍ରମୁଖ ଯୋଗ ଦେଇଥିଲେ। 1988 ମସିହା ମେଟ୍ରିକ୍ ବ୍ୟାଚ୍ ବନ୍ଧୁମାନେ ଏକ ଟ୍ରଷ୍ଟ ଗଠନ କରି ଆଗାମୀ ଦିନ ରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଅନଷ୍ଠିତ କରିବାକୁ ବୈଠକ ରେ ସ୍ଥିର ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.