ସଇନ୍ତଲା ବ୍ଳକର ଡୁକେର ଚଚରା ଗାଁରେ ସରପଞ୍ଚଙ୍କ ଚାଲାକି ପ୍ରତି ଗ୍ରାମବାସୀଙ୍କ ଅସନ୍ତୋଷ

0 2

ବଲାଙ୍ଗିର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ସଇନ୍ତଲା ବ୍ଳକ ଅଧୀନସ୍ଥ ଯୁରାବନ୍ଧ ଗ୍ରାମପଞ୍ଚାୟତର ଡୁକେରଚଚରା ଗାଁରେ ସରପଞ୍ଚଙ୍କ ଅଭିନବ ଚାଲାକିକୁ ନେଇ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁରେ ଲାଗିଥିବା ଅନେକ ଷ୍ଟ୍ରିଟ୍ ଲାଇଟ୍‌କୁ ମରାମତି କରିବା ବାହାନାରେ ଖୋଲିନେଇ
ସରପଞ୍ଚ ତାହାକୁ ବିକ୍ରି କରିଦେଇଥିବା ଗାଁଲୋକେ ଅଭିଯୋଗ ଆଣିଛନ୍ତି । ସେହିପରି, ଗଣ୍ଡାପଡ଼ାରେ ଡ୍ରେନ୍ ମରାମତି ପାଇଁ କାର୍ଯ୍ୟ ସ୍ଥଳରେ ମ୍ୟାଟେରିଆଲ ପଡ଼ିସାରିଥିଲା ହେଲେ ସେହିସବୁ
ମ୍ୟାଟେରିଆଲ ଗୁଡ଼ିକୁ ଟ୍ରାକ୍ଟର ରେ ଉଠାଇ ନେଇ ଅନ୍ୟତ୍ର ବିକ୍ରୟ କରି ଥିବା ଅଭିଯୋଗ ହେଉଛି। ଆଜି ପର୍ଯ୍ୟନ୍ତ ଏହି ଜାଗରେ କୌଣସି ଡ୍ରେନ କାମ ନହେବାରୁ ବର୍ଷା ଋତୁରେ
ଗଣ୍ଡାପଡ଼ାରେ ପାଣି ଜମି ଲୋକଙ୍କୁ ବହୁ ଅସୁବିଧା ହେଉଛି । ଗାଁରେ ଷ୍ଟ୍ରିଟ ଲାଇଟ୍ ଖୋଲି ନେବା ଦ୍ଵାରା
ପର୍ବପର୍ବାଣୀ ସମୟରେ ସମଗ୍ର ଡୁକେରଚଚରା ଗାଁ ଲୋକେ ଅନ୍ଧକାର ମଧ୍ୟରେ ଜୀବନ ବିତାଉଛନ୍ତି । ଏହିଭଳି ସରପଞ୍ଚ ସରକାରୀ ଅର୍ଥର ଦୁରୁପଯୋଗ କରୁଥିବା ଅଭିଯୋଗ ଉଠିଛି। ଏହି ଅନିୟମିତତା ଓ ଦୁର୍ନୀତିକୁ ନେଇ ଗ୍ରାମବାସୀମାନେ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ତଦନ୍ତ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରଶାସନ କଣ ପଦକ୍ଷେପ ନେବେ, ତାହା ପ୍ରତି ଏବେ ସମସ୍ତଙ୍କ ଦୃଷ୍ଟି ରହିଛି।

Leave A Reply

Your email address will not be published.