ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ଗାଁ ଅଂଚଳ ଉତ୍ସବ ମୁଖର

0 2

ଓଡ଼ଗାଁ,୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଏନ୍ଏସି ଓ ବ୍ଳକ ଅଞ୍ଚଳ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଉତ୍ସବମୁଖର ହୋଇଉଠିଛି । ନାନାରଙ୍ଗର ଆଲୋକ ମାଳାରେ ସୁସଜ୍ଜିତ ପୂଜାମଣ୍ଡପ ହୋଇ ଉଠିଛି ଅଧିକ ଆକର୍ଷଣୀୟ । ଦୀର୍ଘ ୬ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ଗାଁ ଏନଏସିର ବ୍ଲକ ସାମ୍ନାରେ ଅନୁଷ୍ଠିତ ହେଉଥିବା ଦୁର୍ଗାପୂଜା ଚଳିତବର୍ଷ ଓଡ଼ଗାଁ ସାର୍ବଜନୀନ ଦୁର୍ଗାପୂଜା କମିଟି ସଦସ୍ୟଙ୍କ ଉପସ୍ଥିତିରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଧୁମଧାମରେ ପାଳିତ ହେଉଛି । ଆଦ୍ୟାଶକ୍ତିଙ୍କ ଆବାହନ ଓ ଆରଧନାରେ ଶ୍ରଦ୍ଧାଳୁମାନେ ନିମଗ୍ନ । ସ୍ତବ, ସ୍ତୁତି, ପ୍ରାର୍ଥନା ସହିତ ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଏହି ଅବସରରେ ସ୍ଥାନୀୟ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିର ପରିସରରେ ଅବସ୍ଥିତ ମା’ ବିମଳା, ରାମସାଗର ନିକଟରେ ଥିବା ରାମଚଣ୍ଡୀ ମନ୍ଦିର, ତହସିଲ ଅଫିସ ନିକଟ ହେମାମାଳୀ ମନ୍ଦିର, ଦଲକ ଛକରେ ଅବସ୍ଥିତ ଗୟଳସିଂ ମନ୍ଦିର, ଗୈାଡପୁଟ ନିକଟ ବୁଢାବୁଢିଆଣୀ ମନ୍ଦିର ଏବଂ ରଙ୍ଗଣୀପାଟଣାର ବାଗଦେବୀ ମନ୍ଦିରରେ ଯାକଯମକରେ ଷୋଡ଼ଷ ଉପଚାରରେ ମା’ଙ୍କର ପୂଜାର୍ଚ୍ଚନା ଚାଲିଛି । ଏବଂ ସନ୍ଧ୍ୟାରେ ପୂଜା ମଣ୍ଡପରେ ଭିଡ଼ ଜମୁଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନୋରଞ୍ଜନ ପାଇଁ ଖୋରାକ ଯୋଗାଉଛି।

Leave A Reply

Your email address will not be published.