ବଲାଙ୍ଗିର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ବିଗତ କିଛି ଦିନ ହେଲା ଏହି ନୂଆ ଚେହେରାରେ ନୀଳମଣି ବାରିକ ବାବୁ ଜଣକ ଅଫିସର ଟେବୁଲରେ ବସି ଲୋକଙ୍କୁ ପି ଡି ଏସ ଚାଉଳ ବାଣ୍ଟୁ ଥିବା ନଜର କୁ ଆସିଛି। ଲୋକଙ୍କ କହିବା ଅନୁଯାୟୀ ଏହି ପଞ୍ଚାୟତରେ ମୁତୟନ ଥିବା ଯୋଗଣ ସହାୟକ ମଧୁସୂଦନ ବାରିକ ଅନ୍ୟତ୍ର ପଞ୍ଚାୟତରେ ଇନ୍ ଚାର୍ଜ ଭାବେ କାର୍ଯ୍ୟ ଭାର ସମ୍ଭାଲୁ ଥିବା ବେଳେ ନିଜ ପଞ୍ଚାୟତ ଜୁରାବନ୍ଧରେ ପ୍ରଶାସନର ବିନା ଅନୁମତିରେ ଓ ଗ୍ରାମ ପଞ୍ଚାୟତର ବିନା ରେଜୁଲେସନରେ ସେ ନକଲି ଯୋଗଣ ମୁତୟନ କରିଥିବା କୁହାଯାଉଛି। ଏହିଭଳି ବେଆଇନ କାର୍ଯ କଲାପକୁ ପ୍ରୋତ୍ସାହନ ଦେଉଥିବା ପଦାଧିକାରୀ ମାନଙ୍କ ବିରୁଦ୍ଧରେ କଡ଼ା କାର୍ଯାନୁଷ୍ଠାନ ହେବା କଥା ବୋଲି ସମଗ୍ର ପଞ୍ଚାୟତ ବାସୀ ମତ ପ୍ରକାଶ କରିଛନ୍ତି। ଏହି ଯୁରାବନ୍ଧ୍ ପଞ୍ଚାୟତରେ ଯୋଗାଣ ସହାୟକ ପଦବୀରେ ବେଆଇନ୍ ଭାବେ ମୂତୟନ ଥିବା ବ୍ୟକ୍ତି ଦ୍ଵାରା ଆଗାମୀ ଦିନରେ ଯଦି କିଛି ଅନିୟମିତତା କିମ୍ବା କୌଣସି ଅଘଟଣ ଘଟେ ତାହାହେଲେ କିଏ ଦାୟୀ ରହିବେ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି। ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ଏହିଭଳି ସରକାରୀ ନିୟମ ବିରୁଦ୍ଧ କାର୍ଯ୍ୟକଳାପ ର ତୁରନ୍ତ ପଦକ୍ଷେପ ଗ୍ରହଣ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜନସାଧାରଣରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.