ବରଗାଁ–ଡଙ୍ଗରମୁଣ୍ଡା ରାସ୍ତା ନିର୍ମାଣ ଦାବୀରେ ବିକ୍ଷୋଭ

3

ସଇଁତଲା, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):-ବଲାଙ୍ଗିର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ବରଗାଁ ଛକ, ଜାତୀୟ ରାଜପଥ-26 ରେ ଡୁଙ୍ଗୁରିପାଲି, କଂସର, ଘୁନସର, ଆମ୍ବପାଲି ଓ ଭଦ୍ରା ପଞ୍ଚାୟତର ଗ୍ରାମବାସୀମାନେ ଶନିବାର ବିକ୍ଷୋଭ ସମାବେଶ କରିଥିଲେ।ଗ୍ରାମବାସୀମାନେ ବରଗାଁ–ଡଙ୍ଗରମୁଣ୍ଡା ରାସ୍ତା ଶୀଘ୍ର ନିର୍ମାଣ କରାଯାଉ ଦାବୀରେ ରାଜପଥକୁ ଅବରୋଧ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ସେହି ରାସ୍ତାଟି ଏହି ଅଞ୍ଚଳ ବାସୀଙ୍କ ପାଇଁ ଏକ ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଛାତ୍ର ଛାତ୍ରୀ ସ୍କୁଲ, କଲେଜ ଯାଉଥିବା ବେଳେ, ଚାଷୀ, ଶ୍ରମିକ, ଅନେକ ଜନସାଧାରଣ ନିଜ ନିଜ କର୍ମକ୍ଷେତ୍ରକୁ ଜୀବିକା ଅନ୍ବେଷଣ ପାଇଁ ଯାଇଥାନ୍ତି କିନ୍ତୁ ସେହି ରାସ୍ତାଟି ଟିକିଏ ବର୍ଷା ହେଲେ କାଦୁଅ ପୂର୍ଣ୍ଣ ହୋଇଥାଏ, ଦୀର୍ଘଦିନ ଧରି ସେହି ରାସ୍ତା ନିର୍ମାଣ ନ ହେବାରୁ ଯାତାୟାତରେ ଅନେକ ଅସୁବିଧା ସୃଷ୍ଟି ହେଉଛି।ଆନ୍ଦୋଳନକାରୀମାନେ ସତର୍କ କରିଛନ୍ତି ଯେ,ଏହି ରାସ୍ତା କାର୍ଯ୍ୟଟି ଶୀଘ୍ର ଆରମ୍ଭ ନ କଲେ, ଦାବୀ ପୂରଣ ନହେଲେ ସେମାନେ ଆହୁରି ତୀବ୍ର ଆନ୍ଦୋଳନ କରିବେ। ଏହି ଆନ୍ଦୋଳନରେ ପୂର୍ବତନ କଂଗ୍ରେସ ବିଧାୟକ ଶ୍ରୀଯୁକ୍ତ ସୁରେନ୍ଦ୍ର ସିଂ ଭୋଇ ଏବଂ ଶତାଧିକ ମହିଳା, ଛାତ୍ରଛାତ୍ରୀ, ଓ ଜନସାଧାରଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.