ପଟ୍ଟାମୁଣ୍ଡାଇରେ ବ୍ରାଉନସୁଗାର ଜବତ, ଜଣେ ଅଭିଯୁକ୍ତ ଗିରଫ ।

3

କେନ୍ଦ୍ରାପଡା :(ପ୍ରଫୁଲ୍ଲ କୁମାର ମଲ୍ଲ) ପଟ୍ଟାମୁଣ୍ଡାଇ ପୋଲିସ ଆଜି ଗୋଟେ ବଡ଼ ସଫଳତା ହାସଲ କରିଛି। ବିଶେଷ ଅଭିଯାନରେ ପ୍ରାୟ ୯୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସୂତ୍ରରୁ ମିଳିଥିବା ଗୋପନ ସୂଚନା ଆଧାରରେ ପୋଲିସ ଏହି ଅଭିଯାନ ଚାଲାଇଥିଲା। ସନ୍ଦିଗ୍ଧଙ୍କୁ ପଟ୍ଟାମୁଣ୍ଡାଇ ବଜାର ନିକଟରୁ ଧରାଯାଇଥିଲା । ପୋଲିସ ତାଙ୍କ ଠାରୁ ବ୍ରାଉନସୁଗାର ଭର୍ତ୍ତି ପ୍ୟାକେଟ୍‌ଗୁଡ଼ିକ ଜବତ କରିଛନ୍ତି। ଏହାର ଆନୁମାନିକ ବଜାର ମୂଲ୍ୟ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ହେବା ଥିବା କୁହାଯାଇଛି।
ପୋଲିସ କହିଛି ଯେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ। ଅପରପଟେ ଏହି ମାଲ କେଉଁଠାରୁ ଆସିଥିଲା ଓ ପଛରେ କିଏ କିଏ ଜଡିତ ଅଛନ୍ତି, ସେଥିପାଇଁ ତଦନ୍ତ ଜାରି ରହିଛି। ପୋଲିସଙ୍କୁ ଲାଗୁଛି ଯେ ଏହା ପଛରେ ବଡ଼ ଚୋରାଚାଳା ଚକ୍ରୋନ୍ତୀ ଥାଇପାରେ।
ସ୍ଥାନୀୟ ଲୋକମାନେ ମଧ୍ୟ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବ୍ରାଉନସୁଗାର ବେପାର ଦିନକୁ ଦିନ ବଢ଼ୁଛି ଓ ଏଥିରୁ ଯୁବପିଢ଼ୀ ବିପଥଗାମୀ ହେଉଛି। ସେମାନେ ପୋଲିସଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ସହ, ଆଗାମୀ ଦିନରେ ମଧ୍ୟ ଏହିପରି ଅଭିଯାନ ଚାଲିବାକୁ ଆଶା କରିଛନ୍ତି।

Leave A Reply

Your email address will not be published.