ଟିକିଲିପଡ଼ା କନ୍ୟାଶ୍ରମ ତିନି ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ସମ୍ମାନିତ

3


ସମ୍ବଲପୁର(ଲିପନ ନାଏକ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିଲିପଡ଼ା ବାଳିକା ହାଇସ୍କୁଲ ର ତିନି ଜଣ ଶିକ୍ଷକଙ୍କୁ ଏକା ସଙ୍ଗରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ସମ୍ମାନିତ କରାଯାଇଛି। ସମ୍ବଲପୁର ଜିଲ୍ଲାର ଏକ ମାତ୍ର ବିଦ୍ୟାଳୟର ତିନି ଜଣଙ୍କୁ ଏକା ସାଙ୍ଗରେ ପୁରସ୍କୃତ କରାଯାଇଛି। ଗୁରୁଦିବସ ଅବସରରେ ଟିକିଲିପଡ଼ା ବାଳିକା ବିଦ୍ୟାଳୟ ର ଗଣିତ ଶିକ୍ଷକ ଶ୍ରୀ ନିରଞ୍ଜନ ସିଠ୍ ଙ୍କୁ ଭୁବନେଶ୍ୱର ଲୋକସେବା ଭବନ ରେ ପୁରସ୍କୃତ କରାଯାଇଥିବା ବେଳେ ସମ୍ବଲପୁର ଠାରେ ଥିବା ଚନ୍ଦ୍ରଶେଖର ବେହେରା ଜିଲ୍ଲା ହାଇସ୍କୁଲରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ ଅବସରରେ ଟିକିଲିପଡ଼ା ବିଜ୍ଞାନ ଶିକ୍ଷୟତ୍ରୀ ଲଜିତା ଧଳ, ଏବଂ ଖେଳ ଶିକ୍ଷକ ପ୍ରିୟ ରଞ୍ଜନ ସାତୁଆଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ବଲପୁର ଜିଲ୍ଲାର ଏହା ଏକମାତ୍ର ବିଦ୍ୟାଳୟ ଯେଉଁଠି ଏକା ସାଙ୍ଗରେ ତିନିଜଣ ଶିକ୍ଷକ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ପୁରସ୍କୃତ କରାଯାଇଛି। ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଉଲ୍ଲେଖନିୟ ସଫଳତା ହାସଲ ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ, ସହକର୍ମୀ ଏବଂ ଅଭିଭାବକ ଅଭିଭାବିକା ଏବଂ ଅଞ୍ଚଳ ବାସିଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

Leave A Reply

Your email address will not be published.