ରାଜଗାଙ୍ଗପୁର,13-09-25. ରାଜଗାଙ୍ଗପୁର ଥାନା ଲାଞ୍ଜିବେଣ୍ଡା ଫାଣ୍ଡି ଲକ୍ଷ୍ମୀପୋଷ ଗାଁରେ ଫୁଟ୍ବଲ୍ ମ୍ୟାଟ୍ରେ ଦେଶୀ ମଦ ବିକ୍ରିକୁ ବିରୋଧ କରିବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଏବଂ ପରେ ଛୁରା ମାଡ଼ ହୋଇଛି। ଜଣେ ଗୁରୁତର ହୋଇଛନ୍ତି। ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଲକ୍ଷ୍ମୀପୋଷ ଗାଁର ଅମିତ ମିଞ୍ଜ (୨୮)ଏବଂ ବୀରେନ୍ଦ୍ର କିଷାନ (୪୧)।
ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ ଲାଞ୍ଜିବେଣ୍ଡା ଫାଣ୍ଡି ଲକ୍ଷ୍ମୀପୋଷ ଗାଁ ପଡ଼ିଆରେ ସ୍ଥାନୀୟ ଫୁଟ୍ବଲ୍ କ୍ଲବ ପକ୍ଷରୁ ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ମ୍ୟାଚ୍ ଦେ ଦଖୁବାକୁ ଦର୍ଶକଙ୍କ ଭିଡ଼କୁ ଭିଡ଼କୁ ଦେଖ୍ ଦେ ସେହି ଗାଁର ଜଳେଶ୍ବ ଳଶ୍ୱର ଲାକ୍ରା ପଡ଼ିଆରେ ମହୁଲି ମଦ ବିକ୍ରି କରୁଥିଲେ। ଯାହାକୁ ଟୁର୍ଣ୍ଣାମେଣ୍ଟ ଆୟୋଜକ କମିଟିର ଅମିତ ଓ ଅନ୍ୟ ସଦସ୍ୟମା ମାନେ ବିରୋଧ କରିଥିଲେ। ଉକ୍ତ ସ୍ଥାନରେ ଦେଶୀ ମଦ ବିକ୍ରି ନ କରିବାକୁ ଜଳେଶ୍ଵରଙ୍କୁ ଜଳେଶ୍ ମନା କରିଥିଲେ। ଏହି ଘଟଣାରେ ଜଳେଶ୍ଵର ରାଗ ରଖ୍ ନିଜର ସହଯୋଗୀଙ୍କ ସହ ମିଶି ଗୁରୁବାର ରାତି ପ୍ରାୟ ୮ଟା ସମୟରେ କମିଟିର
ସଦସ୍ୟ ଅମିତଙ୍କୁ ଗାଁର ଏକ ସ୍ଥାନକୁ ଡାକିଥିଲେ। ଅମିତ ଉକ୍ତ ସ୍ଥାନରେ ପହଞ୍ଚିବା ପରେ ଜଳେଶ୍ଵର ଓ ତାଙ୍କ ସହଯୋଗୀଙ୍କ ସହ ଯୁକ୍ତିତର୍କ ସହ ଠେଲାପେଲା ଆରମ୍ଭହୋଇଥିଲା। ଏହା ଦେଖ୍ ଅମିତ ମଧ୍ଯ ନିଜର ସହଯୋଗୀ ବୀରେନ୍ଦ୍ରଙ୍କୁ ଡାକିଥିଲେ। ବୀରେନ୍ଦ୍ର ସେଠାରେ ପହଞ୍ଚିବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ସହ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ବୀରେନ୍ଦ୍ର ଉତ୍ତ୍ଯକ୍ତ のゆか ଛୁରିରେ ଜଳେଶ୍ଵରଙ୍କ ପେଟରେ ଆକ୍ରମଣ କରିଥିଲେ ଜଳେଶ୍ ଳେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ରାଜଗାଙ୍ଗପୁର ସିଏଚ୍ଡି ସିଏନ୍ସିକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେଠାରୁ ତାଙ୍କୁ ରାଉରକେଲା ଓ ପରେ ବୁର୍ଲାସ୍ଥିତ ଭୀମସାରକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଶୁକ୍ରବାର ଜଳେଶ୍ୱରଙ୍କ ମାଆ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ କରି ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ଦୁଇ ଅଭିଯୁକ୍ତ ଅମିତ ଓ ବୀରେନ୍ଦ୍ରକୁ ପୁଲିସ ଗିରଫ କରିବା ସହ ଶନିବାର କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଅମିତଙ୍କ ଏତଲା ଅନୁଯାୟୀ ଜଳେଶ୍ଵର ଓ ତାଙ୍କ ସହଯୋଗୀ ସୁରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।