ଶରଣକୁଳ ଏନଏସି ଘୋଷଣା ଦାବିରେ ୮ ଘଣ୍ଟିଆ ବନ୍ଦ ଡାକରା ସଫଳ

3

ପୂର୍ବ ସରକାରଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ,

ଓଡ଼ଗାଁ,୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଲଡୁକେଶ୍ବର ମହାଦେବଙ୍କ ବିଜେ ସ୍ଥଳୀ ଶରଣକୁଳକୁ ପୂର୍ବ ସରକାରଙ୍କ ଦ୍ଵାରା ଏନଏସି ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନର ରାଜ୍ୟ ସରକାର ଏହାକୁ ଅଣଦେଖା କରି ଏନ୍ଏସି ମାନ୍ୟତାରୁ ବାଦ ଦେବା ପ୍ରତିବାଦରେ ଶୁକ୍ରବାର ଆଠ ଘଣ୍ଟିଆ ଶରଣକୁଳ ବନ୍ଦ୍ ଡାକରା ସଫଳ ହୋଇଛି । ନାଗରିକ ମଞ୍ଚ ଡାକରାରେ ଶୁକ୍ରବାର ଶରଣକୁଳକୁ ଏନ୍ଏସି ଦାବି ନେଇ ସକାଳେ ଲଡୁ ବାବାଙ୍କ ମନ୍ଦିର ଠାରୁ ବିଭିନ୍ନ ଶ୍ଳୋଗାନ ଦେଇ ଏକ ଶୋଭାଯାତ୍ରା ବାହାରି ଲକ୍ଷ୍ମୀ ବଜାରରେ ଠାରେ ପହଞ୍ଚିଥିଲା । ଏନ୍ଏସି ଦାବିକୁ ସମର୍ଥନ ଜଣାଇ ଶରଣକୁଳର ଦୋକାନ ବଜାର ବନ୍ଦ୍ ରହିବା ସହିତ ସ୍କୁଲ, କଲେଜ, ବ୍ୟାଙ୍କ ଏବଂ ସରକାରୀ ଓ ଘରୋଇ ଅନୁଷ୍ଠାନ ଗୁଡ଼ିକ ବନ୍ଦ୍ ରହିଥିଲା । ଏଥି ସହିତ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ପୂର୍ବ ନିର୍ଦ୍ଧାରିତ ୮ ଘଣ୍ଟା ଶରଣକୁଳ ବନ୍ଦ୍ ନିଷ୍ପତ୍ତି ଅନୁଯାୟୀ ଅପରାହ୍ନ ୨ଟା ପରେ ଧିରେ ଧିରେ ବଜାରର ସ୍ଥିତି ସ୍ବଭାବିକ ହୋଇଥିଲା । ଶରଣକୁଳ ରଣପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଥିବା ବେଳେ ଓଡ଼ିଶା ରାଜ୍ୟ ବିଧାନସଭାର ବାଚସ୍ପତି ଏହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଅପର ପକ୍ଷରେ ପୂର୍ବତନ ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ, ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ବୈକୁଣ୍ଠନାଥ ସୀଠ, ରବୀନ୍ଦ୍ର ନାଥ ଚୌଧୁରୀ, ବିକ୍ରମ କୁମାର ଦାଶ ଓ ଦିପ୍ତି ରଞ୍ଜନ ପରିଡ଼ାଙ୍କ ସହିତ ପ୍ରମୁଖ ବିଜେଡି ନେତା, ବୁଦ୍ଧିଜୀବି ଏବଂ ସଚେତନଶୀଳ ନାଗରିକମାନେ ବନ୍ଦର ନେତୃତ୍ୱ ନେଇଥିଲେ।

Leave A Reply

Your email address will not be published.