ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଏରସମା ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଏରସମା ସଦର ମହକୁମା ସ୍ଥିତ ସତ୍ୟ ଶିବମ୍ ମଣ୍ଡପ ଠାରେ ବାଲିକୁଦାର ପୂର୍ବତନ ବିଧାୟକ ତଥା ପିସିସି ଉପ-ସଭାପତି ଡ଼ା. ଲଲାଟେନ୍ଦୁ ମହାପାତ୍ରଙ୍କ ନେତୃତ୍ୱରେ ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଜଗତସିଂହପୁର ଜିଲା ପ୍ରଭାରୀ ଏମ୍. ଲିଜୁ ଯୋଗଦେଇ ତୃଣମୂଳସ୍ତରରେ ସଙ୍ଗଠନକୁ ମଜବୁତ୍ କରିବା ପାଇଁ ଉପସ୍ଥିତ କଂଗ୍ରେସ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ପରେ ଜିଲା ସଭାପତି ଚୟନ ନିମନ୍ତେ ପ୍ରତ୍ୟେକ କର୍ମୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ରାଜକିଶୋର ବାରିକ, ଜିଲା କଂଗ୍ରେସ କମିଟି ସଂଯୋଜକ ନଟବର ବାରିକ, ବାଲିକୁଦାର ପୂର୍ବତନ ବିଧାୟକ ତଥା ପିସିସି ଉପ-ସଭାପତି ଡ଼ା. ଲଲାଟେନ୍ଦୁ ମହାପାତ୍ର, ବାଲିକୁଦା ଏରସମା ବିଧାୟକ ପ୍ରାର୍ଥୀ ଇଂ. ନଳିନୀ କୁମାର ସ୍ଵାଇଁ, ଜିଲାପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ, ଏରସମା ବ୍ଲକ କଂଗ୍ରେସ କମିଟି ସଭାପତି ବଲ୍ଲଭାନନ୍ଦ ସ୍ଵାଇଁ, ପଲ୍ଲୀକଣ୍ଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ଧ୍ୱଜରାଜ ଖଣ୍ଡୁଆଳ, ଦେବ ପ୍ରସାଦ ନାୟକ, ସରପଞ୍ଚ ଅଜୟ କୁମାର ସାହୁ, ନୂଆଗାଁ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସ୍ମୃତି ରଞ୍ଜନ ମନ୍ତ୍ରୀ, ଏରସମାର କଂଗ୍ରେସ ଯୁବ ନେତା ଅଭିଜିତ ସାହୁ, ସମିତି ସଭ୍ୟ ରଘୁନାଥ ସ୍ଵାଇଁ, ଭିତରଅନ୍ଧାରି ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି କାଳନ୍ଦୀ ଚରଣ ମାଝି, ନଳିନୀ ରଞ୍ଜନ ବେହେରା, ସମାଜସେବୀ ତୁଷାର ଗୋଛାୟତ, ନିତ୍ୟାନନ୍ଦ ଦାସ, ଦ୍ଵିଜରାଜ ଦାସ, ବୈଷ୍ଣବ ଚରଣ ନାୟକ, ଅଜୟ ମହାପାତ୍ର, ବାଲିତୁଠ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଖିଳ ବହ୍ଲଭ ସ୍ଵାଇଁ, ଯୁବନେତା ଅନୁଜ ରାୟ, ଯୁବ ସମାଜସେବୀ ରଞ୍ଜନ ବାରିକ ଓ ଇନ୍ଦ୍ରଜିତ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବ୍ଲକ୍ ସ୍ତରୀୟ ନେତ୍ରୁମଣ୍ଡଳୀ ମାନେ ଜିଲା ସଭାପତି ଚୟନ ନିମନ୍ତେ ନେତାଙ୍କ ନାମ ଅଖିଳ ଭାରତୀୟ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ଏମ୍. ଲିଜୁଙ୍କୁ ପ୍ରସ୍ତାବ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.