କାଶୀନଗର ଏନ ଏ ସି ର ସୁବର୍ଣ୍ଣମୟ ଜୟନ୍ତୀ ଅନୁଷ୍ଠିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପଚାଶ ତମ ସ୍ୱାୟତ୍ତ ଶାସନ ଦିବସ ଯାହାକି ସୁବର୍ଣ୍ଣ ଜୟନ୍ତୀ ଭାବେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ପରିଷଦ ଅଧ୍ୟକ୍ଷା ଏମ.ସୁଦ୍ଧାରାଣୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଅନୁଷ୍ଠିତ ହୋଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ , ସମ୍ମାନୀତ ଅତିଥି ଭାବେ ଗଜପତି ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ , ତହସିଲଦାର ସୁଧୀର କୁମାର ନନ୍ଦ , କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ସାହୁ , ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା , ଉପାଧ୍ୟାକ୍ଷ ରଘୁ ରାମ ସାହୁ ମଞ୍ଚାସୀନ ହୋଇଥିଲେ।
କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ସାହୁ ପ୍ରଥମେ ପରିଷଦ ର ବାର୍ଷିକ ବିବରଣୀ ପାଠ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।
ପରିଷଦର କିପରି ଉତ୍ତରତ୍ତର ଉନ୍ନତି ହୋଇ ପାରିବ ସେଥିପାଇଁ ସବୁ ବର୍ଗ ର ଲୋକ ଙ୍କ ସହାୟତା ଆବଶ୍ୟକ ରହିଥିବା , ପରିଷଦ ର ନିଜସ୍ୱ ଗୃହ ଓ ବସ ଷ୍ଟାଣ୍ଡ ନିର୍ମାଣ ଖୁବ ଶୀଘ୍ର ହେବା ସହ ପରିଷଦର ସ୍ୱଚ୍ଛତା ରଖିବା ବିଷୟରେ ନିଜ ନିଜ ବକ୍ତବ୍ୟ ରଖି ଥିଲେ।ଏହି କାର୍ଯ୍ୟକ୍ରମ ରେ ପରିଷଦ ମଧ୍ୟରେ ରହୁଥିବା ବରିଷ୍ଠ ନାଗରିକ, ଅବସର ପ୍ରାପ୍ତ ଶିକ୍ଷକ , ପ୍ରଧାନଶିକ୍ଷକ , ପୂର୍ବରୁ ହୋଇଥିବା ଅଧ୍ୟକ୍ଷ , ୱାର୍ଡ ସଭ୍ୟ , ସାମ୍ବାଦିକ ମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରିଥିଲେ।
ପରିଷଦ ର ବିଭିନ୍ନ ବିଦ୍ୟାଳୟ ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉପସ୍ଥିତ ଥିବା ଜନସାଧାରଣଙ୍କୁ ଆପ୍ୟାୟିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗୋଷ୍ଟି ସଂଗଠିକା ଉଜ୍ୱଳତା ସ୍ୱାଲ ସିଂ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

Leave A Reply

Your email address will not be published.