ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସିକିଲ ସେଲ ପରୀକ୍ଷଣ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ହାରାଧନ ବେରିଆ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ର କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷିନୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ଦେବା ସହ ରକ୍ତ ପରୀକ୍ଷା କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ଙ୍କ ସିକିଲ ସେଲ ପରୀକ୍ଷା କରାଯାଇ ସ୍ୱାସ୍ଥ୍ୟ କାର୍ଡ ପୂରଣ କରାଯାଇଥିଲା। ସେମାନଙ୍କୁ ବିଦ୍ୟାଳୟ ଜରିଆରେ ଯୋଗାଇ ଦିଆଯାଉଥିବା ଲୌହ ବଟିକା ସେବନ ର ଵିଧି ବିଷୟରେ ଧାରଣା ଦିଆଯାଇଥିଲା। ପ୍ରତିଦିନ ଶାଗ ଓ ସବୁଜ ପନିପରିବା ଖାଇବା, କଞ୍ଚା ଖାଇବାକୁ ଥିବା ଫଳ ଓ ପରିବା କୁ ଧୋଇ ଖାଇବା, କୃମି ସଂକ୍ରମଣ ରୋକିବାକୁ ଚପଲ ବ୍ୟବହାର କରିବା, ଖାଇବା ପୂର୍ବରୁ ଓ ଶୌଚ ପରେ ସାବୁନ ରେ ହାତ ଧୋଇବା, ସଫା ସୁତୁରା ପୋଷାକ ପରିଧାନ ସହ ଶରୀରକୁ ପରିଷ୍କାର ପରିଚ୍ଛନ୍ନ ରଖିବା କୁ ଉତ୍ସାହିତ କରାଯାଇଥିଲା। ମହିଳା ସ୍ୱାସ୍ଥ୍ୟ କର୍ମୀ ଶାନ୍ତିଲତା ବୁଡ଼େକ, ଆଶା ଲୋଚନା ସୁନା ଓ ହେମକାନ୍ତି ସାହୁ,ଶିକ୍ଷୟିତ୍ରୀ ଲଳିତା ଭୁଏ, ମାନସୀ ନାଗ, ବର୍ଷାରାଣୀ ମଲ୍ଲିକ,ଶିକ୍ଷକ ସଞ୍ଜୟ ଭୋଇ, ପ୍ରଶାନ୍ତ ଜ୍ୟୋତି ପ୍ରଧାନ, ବିକାଶ ଭରାସାଗର, ଦୀନେଶ ନାଏକ ସହଯୋଗ କରିଥିଲେ। ଶେଷରେ ସ୍ୱାସ୍ଥ୍ୟ ଅମ୍ବାସାଡ଼ର ଦିବାକର ବଢ଼େଇ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post