ଏମ ଗଣ୍ଡପାଲି ରେ ଅଲେଖ ମହିମା ମନ୍ଦିରରେ ନବାନ୍ନ ଉତ୍ସବ

4

ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ଏନଏସି ଅନ୍ତର୍ଗତ ଏମ ଗଣ୍ଡପାଲି ଗ୍ରାମର ଅଲେଖ ମହିମା ଧ୍ବନି ମନ୍ଦିରରେ ଜଗତ ଲୋକ ଓ ଭଗତ ଲୋକ ଙ୍କ ସହଯୋଗରେ ବିଶ୍ୱଶାନ୍ତି ପାଇଁ ଅଲେଖ ମହିମା ଯଜ୍ଞ ରାତ୍ରରୁ ସକାଳ ପର୍ଯ୍ୟନ୍ତ ଅଲେଖ ମହିମା ଧ୍ବନିରେ ପରିବେଶ ଧର୍ମମୟ ହୋଇଥିଲା l ଆଖପାଖ ଗାଁ ଜାରିଂ, ସମଲାଇପଦର,ବିଜେପୁର, ସରନାପାଲିମହିମା ଧର୍ମ ପ୍ରମୁଖ ଯୋଗଦାନ ରେ ବକଳ ଧାରୀ ବ୍ରହ୍ମ ଅବଧୂତ ରାମଚ଼ନ୍ଦ୍ର ବାବା ଆନୁକୁଲ୍ୟରେ ମହିମା ଧର୍ମର ନବାନ୍ନ କାର୍ଯ୍ୟ ସମ୍ପାଦନ ହୋଇଥିଲା । ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ମହିମା ଧର୍ମର ନୀତି ମାନବ ଜୀବନ ପାଇଁ ଆଲୋକ ବର୍ତ୍ତିତା ର ଭାବନାକୁ ବୁଝାଇ ଥିଲେ, ମହିମା ପୀଠର ବୃକ୍ଷ ମାହାତ୍ମ ଓ ମହିମା ଧର୍ମ ମାହାତ୍ମ ତୁଳନାତ୍ମକ ଚ଼ିତ୍ର ସହ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ପରିଷଦ ସୁଶାନ୍ତ ଗଡ଼ତିଆ, ଶରତ ବିଶି, ମହେଶ ଦେବତା, ବାହାଦୁର ମେହେର,ଗଣେଶ ପ୍ରମୁଖ ଓ ଗ୍ରାମବାସୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.