ରାଉରକେଲା, (ବସନ୍ତ କୁମାର ଜେନା): ଆଜି ବିଶ୍ୱ ଆଦିବାସୀ ଦିବସ ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଜିଲ୍ଲା କଂଗ୍ରେସ ର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ମାନେ ରାଉରକେଲା ବିର୍ସା ଛକ ସ୍ଥିତ ଆଦିବାସୀ ମାନଙ୍କ ମସିହା ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ତଳେ ଏକଜୁଟ ହୋଇ ପୁଷ୍ପ ମାଲ୍ୟ ଏବଂ ପୁଷ୍ପ ଗୁଚ୍ଛ ଅର୍ପଣ କରି ବୀର ବିର୍ସା ମୁଣ୍ଡା ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ଉଦ୍ଦେଶ୍ୟ ରେ ନାରା ଦେଇଥିଲେ l ଏହି ଆଦିବାସୀ ଦିବସ ପାଳନ ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦାସ ଦେଶ ରେ ଆଦିବାସୀ ମାନଙ୍କ ପାଇଁ ଏବଂ ଆଦିବାସୀ ଙ୍କ ଜଳ , ଜଙ୍ଗଲ ଆଉ ଜମିନ ପାଇଁ ବିରୋଧୀ ଦଳ ର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ପେସା ଆଇନ ପ୍ରଣୟନ କରିବା ପାଇଁ ଲଢେଇ କରୁଥିବା କଥା କହିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି ର ପୂର୍ବତନ ସଭାପତି ଗଣେଶ ପ୍ରଧାନ ବରିଷ୍ଠ ନେତା ଵରୀୟମ ସିଂହ , ସନ୍ତୋଷ ବିଶ୍ୱାଳ , ସୁନୀଲ ପଟ୍ଟନାୟକ , ସବୀର ହୁସେନ , ବିନୋଦ ରାଉତ , ବ୍ଲକ ସଭାପତି ରଘୁନାଥ ଦାସ , ସୁନୀଲ ପଟ୍ଟନାୟକ , ସୁଧୀର ନାଥ , ରବୀନ୍ଦ୍ର ନାୟକ ଯୁବ କଂଗ୍ରେସ ନେତା ଇସ୍ତେହାର ମୋହମ୍ମଦ , ରତିକାନ୍ତ ମଲ୍ଲିକ , ମନ୍ମଥ ସୁତାର ନାରୀନେତ୍ରୀ ସୁଶ୍ରୀ ରଞ୍ଜିତା ମଲ୍ଲିକ, ସରିତା ଟପ୍ପୋ , ମଞ୍ଜୁ ସିଂହ , ଅମ୍ରିତ କୌର , ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post